ଗୋପାଳପୁର: ନୂଆ ପୀଢ଼ିର ଆକାଶ କ୍ଷେପଣାସ୍ତ୍ର ‘ଆକାଶ’ର ପରୀକ୍ଷଣ ସୋମବାର ସଫଳ ହୋଇଛି। ଓଡ଼ିଶା ଉପକୂଳରେ ଗୋପାଳପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଏହାର ପରୀକ୍ଷଣ କରାଯାଇଛି। ଯାହା ନିର୍ଦ୍ଧାରିତ ଲକ୍ଷ୍ୟକୁ ଖୋଜି ଟାର୍ଗେଟ୍ କରିପାରୁଛି । ଏହି ପରୀକ୍ଷଣର ଏକ ଭିଡିଓ ଜାରି କରିଛି ଭାରତୀୟ ସେନାର ଚେତକ କର୍ପସ୍ । ଦିନ ହେଉ ବା ରାତି । ଶତ୍ରୁପକ୍ଷର ନିଦ ହଜାଇ ଦେବ ଆକାଶ ମିସାଇଲ୍। ଗୋପାଳପୁର ସମୁଦ୍ରକୁଳରୁ ନିଜର ଶକ୍ତି ପ୍ରଦର୍ଶନ କରିଛି ଭାରତୀୟ ସେନା। ଦିନ ଓ ରାତି ଯେକୌଣସି ସମୟରେ ଟାର୍ଗେଟକୁ ଭେଦ କରିବାରେ କ୍ଷମତା ରଖିଛି ଆକାଶ ମିସାଇଲ। ସ୍ଥଳଭାଗରୁ ଆକାଶ ମାର୍ଗକୁ ଆକ୍ରମଣ କରିପାରେ ଆକାଶ ମିସାଇଲ୍ ।










