ମୟୁରଭଞ୍ଜ: ଗୋଠଛଡା ଦନ୍ତା ଆକ୍ରଣମରେ ୩ ଯୁବକଙ୍କ ମୃତ୍ୟୁ । ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡ ସୀମାନ୍ତ ଝାଡଖଣ୍ଡ ବେନିସାଗରରେ ଦନ୍ତା ଆତଙ୍କ । ସକାଳେ ଦୁଇ ଜଣଙ୍କୁ ମାରିଥିବା ବେଳେ ପୂର୍ବାହ୍ନରେ ଆଉ ଜଣଙ୍କୁ ଦଳି ମାରିଦେଲା ଦନ୍ତା । ସୂଚନା ଅନୁଯାୟୀ, କରଞ୍ଜିଆ ବନଖଣ୍ଡକୁ ଲାଗିଥିବା ବେନିସାଗର ଗାଁରେ ହୋଇଥିଲା । ମୃତଦେକୁ ଜଗି ରହିଥିଲେ ଦନ୍ତା ହାତୀ । ଫଳରେ ମୃତଦେହକୁ ଉଦ୍ଧାର ପାଇଂ ନାକେଦମ ହୋଇଥିଲା ବନବିଭାଗ । ଅନ୍ୟପଟେ ଘଟଣାସ୍ଥଳରେ ଚାପା ଉତ୍ତତ୍ତେନା ଦେଖାଦେଇଛି । ଅନ୍ୟପଟେ ହାତୀକୁ ଟ୍ରାଙ୍କୁଲାଇଜ ପାଇଁ ଲୋକେ ଦାବି କରିଛନ୍ତି ।









