25.1 C
Bhubaneswar
Saturday, December 6, 2025
Homeଓଡିଶାଛେଳି ଚୋରି କରି ତିନି ଯୁବକ ହଟହଟା, ଖାଇଲେ ନିସ୍ତୁକ ମାଡ଼

ଛେଳି ଚୋରି କରି ତିନି ଯୁବକ ହଟହଟା, ଖାଇଲେ ନିସ୍ତୁକ ମାଡ଼

ଯାଜପୁର: ଦିନକୁଦିନ ଲୁଟେରା ଗୋଷ୍ଠୀ ସକ୍ରିୟ ହେଉଥିବାରୁ ଚୋରି ବୃଦ୍ଧି ହେବା ଯୋଗୁଁ ଅସହାୟ ହୋଇ ପଡିଛନ୍ତି ଗାଁ ଠୁ ସହରବାସୀ । କେତେବେଳେ ରାସ୍ତାରେ ଛିନ୍ତାଇ ତୋ କେତେବେଳେ ଘରୁ ଚୋରି ଆଉ କେତେବେଳେ ପଦାରେ ଚୋରୁଥିବା ଛେଳି ଗୋରୁ ଚୋରି ଘଟଣା ସାମ୍ନାକୁ ଆସୁଛି । ତେବେ ଆଜି ସକାଳୁ ଛେଳି ଚୋରୀ କରି ତିନି ଯୁବକ ହଟହଟା ହେବାଭଳି ରୋଚକ ଘଟଣା ସାମ୍ନାକୁ ଆସିଛି, ଚୋର ଯୁବକମାନେ ଛେଳିକୁ ବାଇକରେ ଚୋରୀ କରି ନେବା ସମୟରେ ବାଇକରୁ ଖସିପଡିଥିଲେ ତିନି ଚୋର , ସ୍ଥାନୀୟ ଲୋକ ପହଞ୍ଚି ଛେଳି ଚୋରଙ୍କୁ କାବୁକରି ଉତ୍ତମ ମଧ୍ୟମ ଦେଇ ପୋଲିସରେ ଜିମାଦେଲେ । ଏଭଳି ଏକ ରୋଚକ ଘଟଣା ଘଟିଛି ଯଶିପୁର ଥାନା ଭଞ୍ଜକିଆ ଗାଆଁରେ, ଲୋକଙ୍କ ସାମ୍ନାରୁ ଛେଳି ଚୋରୀ କରି ନେଇଯାଉଥବା ବେଳେ ଭଞ୍ଜକିଆ ଛକ ଠାରେ ସେମାନେ ଛେଳି ସହ ବାଇକରୁ ଖସିପଡ଼ିଥିଲେ , ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଛେଳି ଚୋରମାନଙ୍କୁ ଧରିବା ସହ ନିସ୍ତୁକ ଛେଚି ପରେ ପୋଲିସରେ ଜିମା ଦେଇଥିଲେ । ତିନି ଚୋରଙ୍କୁ ପୋଲିସ ଅଟକ ରଖି ତାଙ୍କ ଠାରୁ ଗୋଟିଏ ବାଇକ୍ ଓ ଛେଳିକୁ ଜବତ୍ କରିଛି ଯଶିପୁର ଥାନା ପୋଲିସ । ତେବେ ଏହି ତିନି ଛେଳି ଚୋର ଯଶିପୁର ଅଞ୍ଚଳର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking