ତ୍ରିସୁର: କେରଳରୁ ଏକ ହୁଦୟବିଦାରକ ଘଟଣା ସାମ୍ନାକୁ ଆସିଛି । କେରଳର ତ୍ରିସୁର ଜିଲ୍ଲାର କୋଡାକରା ନିକଟରେ ସେମାନେ ରହୁଥିବା କୋଠା ଭୁଶୁଡି ପଡିବା ଫଳରେ ତିନି ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ, ଘଟଣା ସମୟରେ କୋଠାରେ ୧୭ ଜଣ ଲୋକ ରହୁଥିଲେ । ପୋଲିସ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମୃତକମାନେ ପଶ୍ଚିମବଙ୍ଗର ରୁବଲ, ରାହୁଲ ଏବଂ ଆଲିମ ଭାବରେ ଚିହ୍ନଟ ହୋଇଛନ୍ତି ।
ଏଠାରେ ଏହା ଉଲ୍ଲେଖନୀୟ ଯେ, ତ୍ରିସୁରର କୋଡାକାରାରେ ଏକ କୋଠା ଭୁଶୁଡି ପଡିବା ଫଳରେ ତିନି ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟଣାର ବିସ୍ତୃତ ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିବାକୁ ସାର୍ବଜନୀନ ଶିକ୍ଷା ଏବଂ ନିଯୁକ୍ତି ମନ୍ତ୍ରୀ ଭି ଶିବଙ୍କିଟ୍ଟି ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଶ୍ରମିକମାନଙ୍କ ମୃତଦେହକୁ ସେମାନଙ୍କ ଜନ୍ମସ୍ଥାନକୁ ଫାରାଇ ଆଣିବା ପାଇଂ ଶ୍ରମ ବିଭାଗ ଆବଶ୍ୟକୀୟ ପଦକ୍ଷେପ ନେବ ।