ପୁରୀ: ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ ପରେ ପହଞ୍ଚିଲା ନନ୍ଦିଘୋଷ ରଥ । ଘଣ୍ଟ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ଶରଧାବାଲି । ଦର୍ଶନ ପାଇଁ ଶରଧାବାଲିରେ ଭକ୍ତଙ୍କ ସମାଗମ ଦେଖାଦେିଛି । ୧୧ଟା ୧୭ରେ ପହଞ୍ଚିଲା ତାଳଧ୍ୱଜ ରଥ । ୧୧ଟା ୧୬ରେ ପହଞ୍ଚିଲା ଦର୍ପ ଦଳନ ରଥ । ୧ଟା ୮ ମିନିଟରେ ପହଞ୍ଚିଲା ନନ୍ଦିଘୋଷ ରଥ । ଅବକାଶ ନୀତି ପରେ ରଥ ଟଣା ହୋଇଥିଲା । ଆସନ୍ତାକାଲି ମହାପ୍ରଭୁଙ୍କ ଆଡପ ପହଣ୍ଡି ଅନୁଷ୍ଠିତ ହେବ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।