13.1 C
Bhubaneswar
Sunday, December 7, 2025
Homeଓଡିଶାବଜ୍ରପାତରେ ୩ ଛାତ୍ରୀ ଆହତ

ବଜ୍ରପାତରେ ୩ ଛାତ୍ରୀ ଆହତ

ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ପଛିକୋଟ ପଞ୍ଚାୟତ ଖମିଗାଁ ସରକାରୀ ଉପ୍ରା ସ୍କୁଲ ର ତିନିଜଣ ଛାତ୍ରୀ ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ବଜ୍ରପାତ ରେ ଆହତ ହୋଇଛନ୍ତି |ସ୍କୁଲ ନିକଟରେ ଥିବା ଏକ ଅଶ୍ୱସ୍ତ ଗଛ କୁ ପ୍ରଥମେ ବଜ୍ରପାତ ହୋଇଥିଲା |ଏହାର ପ୍ରଭାବ ଝରକା ଦେଇ ଶ୍ରେଣୀ କୋଠରୀ ରେ ଅଧ୍ୟୟନ ରତ ଥିବା ଛାତ୍ରୀଙ୍କ ଉପରେ ପଡିଥିଲା |ହଠାତ ସେମାନେ ଅସୁସ୍ଥ ହୋଇ ପଡି ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ସହ ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲେ |ସ୍କୁଲ ପକ୍ଷରୁ ୧୦୮ଆମ୍ବୁଲାନ୍ସ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ମିଳି ପାରି ନଥିଲା |ସଙ୍ଗେସଙ୍ଗେ ଗ୍ରାମର ଜୈନିକ ବ୍ୟକ୍ତି ଙ୍କ ଘରୋଇ ଗାଡ଼ିରେ ଆହତ ଛାତ୍ରୀ ଙ୍କୁ ପ୍ରଥମେ ସ୍ଥାନୀୟ ପଛିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା |ଛୁଟି ସମୟ ହୋଇଯାଇଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ଥିବା ଦେଖି ସଙ୍ଗେ ସଙ୍ଗେ ଆହତ ଙ୍କୁ ଯାଜପୁର ରୋଡ କ୍ଷେତ୍ରୀୟ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା |ଡାକ୍ତର ଆହତ ଙ୍କୁ ପରୀକ୍ଷା କରି ତୁରନ୍ତ ଚିକିତ୍ସା ଯୋଗାଇ ଦେଇଥିଲେ | ତିନି ଜଣ ଯାକ ଛାତ୍ରୀ ସୁସ୍ଥ ଥିବା ଜାଣିବାକୁ ମିଳିଛି |ଆହତ ଖମିଗାଁ ଗ୍ରାମର ବିଷ୍ଣୁ ପ୍ରିୟା ଜେନା, ଚିନ୍ମୟୀ ମଲ୍ଲିକ ଓ ଦେବୀ କନ୍ୟା ସ୍ୱାଇଁ ସମସ୍ତେ ସପ୍ତମ ଶ୍ରେଣୀ ର ଛାତ୍ରୀ|ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ରାଉତ ଓ ଶିକ୍ଷକ ଶଙ୍କର୍ଷଣ ମହାଳିକ ଆହତ ଛାତ୍ରୀ ଙ୍କୁ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରିଥିଲେ |ସ୍ଥାନୀୟ ଆର ଆଇ ସ୍କୁଲ ରେ ପହଂଚି ଘଟଣା ର ଅନୁଧ୍ୟାନ କରିଛନ୍ତି |ଖବର ପାଇ ସ୍ଥାନୀୟ ସି ଆର ସି ବୀରବର ପାତ୍ର ଓ ସରପଞ୍ଚ ପ୍ରତିନିଧି ଦିଲ୍ଲୀପ କୁମାର ସ୍ୱାଇଁ ଡାକ୍ତରଖାନା ରେ ପହଂଚି ଆହତ ଛାତ୍ରୀ ଙ୍କ ସ୍ଵସ୍ଥାବସ୍ଥା ବୁଝିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking