23.1 C
Bhubaneswar
Monday, February 2, 2026
Homeଓଡିଶାବାଇକ୍‌ ଦୁର୍ଘଟଣାରେ ତିନି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ବାଇକ୍‌ ଦୁର୍ଘଟଣାରେ ତିନି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଦାରିଙ୍ଗବାଡ଼ି: କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ଡୁଲୁରି ଶଙ୍ଖ ବୁଲାଣି ଠାରେ ତିନି ଜଣ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେମାନେ ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ରାସ୍ତା ଯାଉଥିବାର ଅନୁମାନ କରାଯାଉଛି। ମୃତକମାନଙ୍କର ପରିଚୟ ମିଳିନାହିଁ। ସୂଚନା ଅନୁସାରେ ବାଇକ ଆରୋହୀ ୩ ଜଣ ବ୍ୟକ୍ତି ଡୁଲୁରି ଶଙ୍ଖ ବୁଲାଣି ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଆସିଷ୍ଟାଣ୍ଡ ଷ୍ଟେସନ ଅଫିସର ଧବଳେଶ୍ବର ପ୍ରଧାନଙ୍କ ନେତୃତ୍ୱରେ ହାବିଲଦାର ସତ୍ୟନାରାୟ ବେହେରା, ଡ୍ରାଇଭର ଚିନ୍ମୟ ପରିଡ଼ା, ଅଗ୍ନିକ ସାଜନ ବେହେରା, ଜୁଗୁନୁ ବେହେରା, ପ୍ରିୟବ୍ରତ ସେନାପତି, ସୌରାଜ ଡାକୁଆ ପହଞ୍ଚିଥିଲେ। ସେମାନେ ଘଟଣାସ୍ଥଳରୁ ତିନିଜଣଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଥିଲେ। ଡାକ୍ତର ସେଠାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking