ଗୋପ: ଅଗ୍ନିକାଣ୍ଡ ଯୋଗୁଁ ତିନୋଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ପୁରୀ ଜିଲ୍ଲାର କୋଣାର୍କ ଥାନା ଆଧିନସ୍ଥ ବସ୍ ଷ୍ଟାଣ୍ଡ ନିକଟରେ ଘଟଣାଟି ଘଟିଛି । ହଠାତ୍ ନିଆଁ ଲାଗି ତିନୋଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ତଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି । ଚିପୋର୍ଟ ଅନୁଯାୟୀ ଅଗ୍ନିକାଣ୍ଡର ତୀବ୍ରତା ଏତେ ଥିଲା ଯେ ତିନୋଚି ଦୋକାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।