ଭୁବନେଶ୍ଵର: ମର୍ଣ୍ଣିଂ ୱାକ ବେଳେ ଧକ୍କା ଦେଲା କାର। ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। କାର ଭିତରେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ମହିଳା ହେଲେ ୫୩ବର୍ଷୀୟ ବିବିଲତା ସାହୁ ଏବଂ ୩୬ବର୍ଷୀୟ ରୋଜଳିନୀ ସାହୁ। ସବୁ ଦିନ ଭଳି ଆଜି ବି ସକାଳ ୫ଟା ୩୦ରେ ମର୍ଣ୍ଣିଂ ୱାକରେ ବାହାରିଥିଲେ। ଉତ୍ତରା ଛକ ପାଖରେ ଏକ ଦ୍ରୁତଗାମୀ କିଆ ସେଲଟ୍ସ କାର ଉଭୟଙ୍କୁ ଧକ୍କା ଦେଇଥିଲା।ଦୁର୍ଘଟଣା ଘଟାଇଥିବା କିଆ ସେଲ୍ଟସ କାର ଭୁବନେଶ୍ଵରରୁ ପୁରୀ ଆଡ଼କୁ ଯାଉଥିଲା। ତିନି ମୃତ ଶରୀର ଏବେ କ୍ୟାପିଟାଲ ହସ୍ପିଟାଲରେ ଅଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଗାଡ଼ି ଦେଢ଼ ଶହ ସ୍ପିଡରେ ଯାଉଥିଲା। ଦୁର୍ଘଟଣା ପରେ ଗାଡ଼ିଟି ଏକ ଇଲେକ୍ଟ୍ରିକ ଖୁଣ୍ଟରେ ପିଟି ହେବା ସହ ଭାରସାମ୍ୟ ହରାଇ ନିକଟରେ ଥିବା ଏକ ଜୋର ଭିତରକୁ ଖସି ପଡ଼ିଥିଲା।










