ବରଗଡ: ବରଗଡ ଜିଲ୍ଲା ପଦ୍ମପୁର ଲଖମରାରେ ବଜ୍ରପାତ ହୋଇଛି । ବଜ୍ରପାତରେ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାମୀ , ସ୍ତ୍ରୀ, ପୁତୁରା ବିଲରେ କାମ କଲା ବେଳେ ସେମାନଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ, କାଳବୈଶାଖୀ ଫଳରେ ପାଗରେ ପରିବର୍ତ୍ତନ ହୋଇ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ପୁଣି ୫ ତାରିଖ ପରେ ବଢ଼ିପାରେ ତାତି। ୨ ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇପାରେ। ସେହିପରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନଗିରି, ପୁରୀ, ଖୋର୍ଦ୍ଧା ,କେନ୍ଦ୍ରପଡା, ନୟାଗଡ, ଗଂଜାମ ଓ ଗଜପତି ଜିଲାର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।