15.1 C
Bhubaneswar
Wednesday, January 21, 2026
Homeଓଡିଶାଗାଡ଼ିଆରେ ବୁଡ଼ିଗଲେ ୩ଜଣ ନାବାଳିକା

ଗାଡ଼ିଆରେ ବୁଡ଼ିଗଲେ ୩ଜଣ ନାବାଳିକା

ହାଟଡିହୀ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଡିଆରପଲ୍ଲୀ ପଞ୍ଚାୟତ ଆତ୍ରୁକଣା ଗ୍ରାମ ଡାହିସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋରମ୍‌ ଗାଡିଆରେ ବୁଡି ୩ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ନାବାଳିକା ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ୩ଜଣ ଘର ପାଖେ ଖେଳୁ ଥିଲେ। ସେତିକିବେଳେ ଘର ପାଖ ମୋରମ୍‌ ଗାଡିଆକୁ ଚାଲିଯାଇ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଆଗରପଡ଼ା ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ୩ଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking