19.1 C
Bhubaneswar
Thursday, December 12, 2024
Homeଦେଶ ବିଦେଶଚା’ ପିଇ ପରିବାରର ୩ ଜଣଙ୍କ ମୃତ୍ୟୁ

ଚା’ ପିଇ ପରିବାରର ୩ ଜଣଙ୍କ ମୃତ୍ୟୁ

ରାଜସ୍ଥାନ : କ’ଣ ଚା’ ବି ନେଇପାରେ କାହାର ଜୀବନ? ରାଜସ୍ଥାନର ବାନସୱାଡା ଜିଲ୍ଲାରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ କୀଟନାଶକ ମିଶା ଚା’ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି । ଖାଦ୍ୟ ବିଷାକ୍ତୀକରଣ ଯୋଗୁ ସମସ୍ତଙ୍କ ମୃତ୍ୟୁ ଘଟିଥିବା ପୋଲିସ ସୂଚନା ଦେଇଛି । ରବିବାର ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଅମ୍ବାପୁରା ଥାନା ଏସଏଚଓ ରାମସ୍ୱରୂପ ମୀଣାଙ୍କ ସୂଚନା ମୁତାବକ, ପରିବାରର ଜଣେ ସଦସ୍ୟ ଭୁଲ୍ ବଶତଃ ଚା’ ପତି ଭାବି ଚା’ରେ କୀଟନାଶକ ମିଶାଇ ଦେଇଥିଲେ। ସେ ଚା’ ତିଆରି କଲା ବେଳେ ଏଭଳି ଭୁଲ୍ କରି ବସିଥିଲେ । ପତି ଜାଗାରେ ସେ ଭୁଲରେ ଚା’ରେ କୀଟନାଶକ ମିଶାଇଥିଲେ।

ପରିବାରର ଅନ୍ୟ ସଦସ୍ୟ ଏବଂ ଜଣେ ପଡ଼ୋଶୀ ମଧ୍ୟ ଏହି ଚା’ ପିଇଥିଲେ । ହେଲେ ଏହାକୁ ପିଇବାର ମାତ୍ର କିଛି ସମୟ ଭିତରେ ସମସ୍ତେ ବାନ୍ତି କରିବାକୁ ଲାଗିଥିଲେ । ଏହାପରେ ସମସ୍ତଙ୍କୁ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା । ପରେ ସେମାନଙ୍କୁ ଉଦୟପୁର ଏମବି ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଏସଏଚଓ ମୀଣା କହିଛନ୍ତି । ଏହି ଘଟଣାରେ ଦରିଆ (୫୩), ତାଙ୍କ ବୋହୂ ଚନ୍ଦା (୩୩) ଓ ଚନ୍ଦାଙ୍କ ୧୪ ବର୍ଷୀୟ ପୁଅ ଅକ୍ଷୟଙ୍କ ମୃତ୍ୟୁ ଘଟିଛି । ପୋଲିସ କହିଛି ଯେ ଚା’ ପିଇ ଦରିଆଙ୍କ ଶ୍ୱଶୁର, ଚନ୍ଦାଙ୍କ ସ୍ୱାମୀ ଏବଂ ତାଙ୍କ ପଡ଼ୋଶୀ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ବର୍ତ୍ତମାନ ସେମାନେ ଆଇସିୟୁରେ ଅଛନ୍ତି । ସେଠାରେ ଏକ ଡାକ୍ତରୀ ଟିମ୍ ସେମାନଙ୍କ ଚିକିତ୍ସା କରୁଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଚା’ର ନମୁନା ସଂଗ୍ରହ କରାଯାଇ ଯାଞ୍ଚ ଚାଲିଛି । ସେପଟେ ଘଟଣା ବିଷୟରେ ଖବର ପାଇ ସ୍ଥାନୀୟ ବିଧାୟକ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ଭେଟିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking