23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସରକାରୀ ବସ୍ ଧକ୍କାରେ ୩ ମୃତ

ସରକାରୀ ବସ୍ ଧକ୍କାରେ ୩ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ମାଉ ଜିଲ୍ଲାରୁ ଏକ ଭୟଙ୍କର ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଗୁରୁବାର ସକାଳେ ମାଉ ଜିଲ୍ଲାର ଦକ୍ଷିଣ ଟୋଲା ଥାନା ଅଞ୍ଚଳର ଦଶାଇ ପୋଖରା ସମ୍ମୁଖରେ ଏକ ସରକାରୀ ବସ୍ ସହିତ ଇ-ରିକ୍ସା ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ତିନି ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ପିଲାମାନଙ୍କ ସମେତ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କୁ ଶାହିନ(୩୩), ନୁରି(୩୦) ଏବଂ ମହଜବି(୬୫) ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ, ଇ-ରିକ୍ସାରେ ଗୋଟିଏ ପରିବାରର ୧୦ ଜଣ ସଦସ୍ୟ ଥିଲେ । ସମସ୍ତେ ଇ-ରିକ୍ସା ଯୋଗେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ । ସେହି ସମୟରେ ମଝି ରାସ୍ତାରେ ନିୟନ୍ତ୍ରଣ ହରାଇ ଏକ ରୋଡ୍‌ୱେଜ୍ ବସ୍ ଇ-ରିକ୍ସାକୁ ଧକ୍କା ଦେଇଥିଲା । ଏହି ଧକ୍କାରେ ୧୦ ଜଣ ଆହତଚ ହୋଇଥିଲେ । ସମସ୍ତ ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ୩ ଜଣ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୭ ଆହତଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସରକାରୀ ବସ୍ ଜବତ କରି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking