ଗଞ୍ଜାମ: ଅଜଣା ଗାଡି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି । ଗୁମୁଡା ଫାଣ୍ଟି ବଂଶଧାରା ନଦୀ ପୋଲରେ ଦୁର୍ଘଟଣା ଘଟିଛି । ଠାକୁରାଣୀ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ଗୁଡାରି ବ୍ଲକ କଇଠପଦର ଓ ଜଗନ୍ନାଥପୁର ଗାଁର ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।