23.1 C
Bhubaneswar
Saturday, February 14, 2026
Homeଓଡିଶାତିନି ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ

ତିନି ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ

ସମ୍ବଲପୁର : ନିଖୋଜର ତିନି ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ । ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅଂଚଳରୁ ଉଦ୍ଧାର ହୋଇଛି ମୃତ ଦେହ । ରେଢ଼ାଖୋଲଠାରୁ ୪୦ କିଲୋମିଟର ଦୂରରେ ଯୁବତୀଙ୍କ ଗାଁ । ନିଜ ଗାଁ ନିକଟରୁ ଗତ ୩୦ତାରିଖରୁ ନିଖୋଜ ଥିଲେ ।

ଏକ ନାଳ ନିକଟରୁ ଯୁବତୀଙ୍କ ଚପଲ, କପଡା ଏବଂ ମୋବାଇଲ ମିଳିଥିଲା । କିନ୍ତୁ ଆଖପାଖ ସ୍ଥାନରେ ବହୁ ଖୋଜା ଖୋଜି ପରେ ମଧ୍ୟ ଯୁବତୀଙ୍କ ଖବର ନ ମିଳିବାରୁ ପରିବାର ଲୋକେ ନାକଟିଦେଉଳ ଥାନାରେ ଅଭିଯୋଗ କରିଥିଲେ । ଏହାସହ ପରିବା ଲୋକେ ଗାଁର ଜଣେ ଯୁବକ ହରିହର ବେହେରା ଉପରେ ସନ୍ଦେହ ପ୍ରକାଶ କରିଥିଲେ ।

ଅଭିଯୋଗ ପରେ ପୋଲିସ ଘଟଣା ତଦନ୍ତ ଆରମ୍ଭ କରି ସନ୍ଦେହ କରାଯାଉଥିବା ଯୁବକଙ୍କୁ ପଚରା ଉଚୁରା ମଧ୍ୟ କରିଥିଲେ । କିନ୍ତୁ ଯୁବତୀଙ୍କ ବିଷୟରେ ଜଣା ପଡିନଥିଲା । ଶେଷରେ ଆଜି, ଗାଁଠାରୁ ଅଧ କିଲୋମିଟର ଦୂର କଉଁଶଗୁଜ ଜଙ୍ଗଲ ପାଖରୁ ଉଲଗ୍ନ ଅବସ୍ଥାରେ ମୃତ ଦେହ ଠାବ କରାଯାଇଛି । ଏହି ଘଟଣାରେ ଗାଁର ହରିହର ବେହେରାଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ଜଣାପଡିଛି l ଅନ୍ୟପଟେ ନ୍ୟାୟ ଦାବିରେ ରାସ୍ତାରୋକ କରିଛନ୍ତି ପରିବାର ଲୋକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking