ଭୁବନେଶ୍ୱର: ପୋପ ଫ୍ରାନସିସଙ୍କ ବିୟୋଗରେ ରାଜ୍ୟ ପାଳିକା ୩ ଦିନିଆ ଶୋକ ଦିବସ ପାଳିବେ । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର । ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ । ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କ ଆସନ୍ତାକାଲି ପରଲୋକ ହୋଇଛି । ନିମୋନିଆରେ ପୀଡିତ ହୋଇ ସେ ଚିକିତ୍ସାଧୀନ ହେଉଥିଲେ । ହେଲେ ତାଙ୍କର ମୃତ୍ୟୁ ହୋଇଛି । ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ ଆମେରୀକିୟ ନେତା ଥିଲେ । ତାଙ୍କ ପୂର୍ୱବର୍ତ୍ତୀ ବେନେଡିକ୍ଟ ଷୋଡଶଙ୍କ ଇସ୍ତଫା ପରେ ୨୦୧୩ରେ ପୋପ ହୋଇଥିଲେ ।