32.1 C
Bhubaneswar
Saturday, March 14, 2026
Homeଓଡିଶାମାର୍ଚ୍ଚ ୨୧ରୁ ପୁରୀ ବେଳାଭୂମିରେ ତିନି ଦିନିଆ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍”: ପ୍ରସ୍ତୁତି ସମୀକ୍ଷା କଲେ...

ମାର୍ଚ୍ଚ ୨୧ରୁ ପୁରୀ ବେଳାଭୂମିରେ ତିନି ଦିନିଆ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍”: ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ୱର : ପୁରୀର ପବିତ୍ର ବେଳାଭୂମିରେ ଆସନ୍ତା ମାର୍ଚ୍ଚ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍” ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ବେଳାଭୂମି ସୁସ୍ଥ ଜୀବନଶୈଳୀ ଏବଂ କ୍ରୀଡ଼ା ଭିତ୍ତିକ ସଚେତନତାର ଏକ ପ୍ରମୁଖ ସ୍ଥଳ ପାଲଟିବ।

ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI), ପୁରୀ ଜିଲ୍ଲା ପ୍ରଶାସନ, “MY Bharat” ଏବଂ NSS ଓଡ଼ିଶାର ଅଧିକାରୀମାନଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।ଫିଟ୍ ଇଣ୍ଡିଆ ମିଶନ ଅଧୀନରେ SAI ଆଞ୍ଚଳିକ କେନ୍ଦ୍ର (କୋଲକାତା) ଏବଂ NCOE ଜଗତପୁର ଦ୍ୱାରା ଆୟୋଜିତ ଏହି କାର୍ଣ୍ଣିଭାଲର ମୁଖ୍ୟ ଲକ୍ଷ୍ୟ ହେଉଛି ଶାରୀରିକ ସୁସ୍ଥତାକୁ ସାଧାରଣଜନତାଙ୍କ ନିମନ୍ତେ ଏକ ନିୟମିତ ଅଭ୍ୟାସରେ ପରିଣତ କରିବା। ପୁରୀ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସହର ହୋଇଥିବାରୁ, ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ବହୁଳ ମାତ୍ରାରେ ପ୍ରତିଯୋଗୀ ଯୋଗଦେବେ ବୋଲି ଆଶା କରାଯାଉଛି।ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ବ୍ୟାପକ ଜନସମ୍ପର୍କ ଏବଂ ସୁରକ୍ଷା। ଏହା କେବଳ ଯୁବପିଢ଼ି ନୁହେଁ, ବରଂ ପର୍ଯ୍ୟଟକ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ନିମନ୍ତେ ଏକ ପ୍ରମୁଖ ପ୍ରୟାସ । ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ଗୋଷ୍ଠୀ-ଭିତ୍ତିକ ହୋଇ ଏକ ବୃହତ ଅଭିଯାନରେ ପରିଣତ ହେବ ଏବଂ ଏଥିରେ ସାଧାରଣ ଲୋକଙ୍କ ସହଭାଗିତା ବୃଦ୍ଧି ପାଇବ। ଏହି କାର୍ଣ୍ଣିଭାଲ୍ ସ୍ଥାନୀୟ ବାସିନ୍ଦା, ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ ଏକାଠି କରି ଆମ ଐତିହ୍ୟ ସହରର ସୁନ୍ଦର ପରିବେଶରେ ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣର ବାର୍ତ୍ତା ପ୍ରସାର କରିବ ବୋଲି ମାନ୍ୟବର ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି l

ଏହି କାର୍ଯ୍ୟକ୍ରମରେ ଆଧୁନିକ ସ୍ୱାସ୍ଥ୍ୟଚର୍ଯ୍ୟା ସହ ଓଡ଼ିଶାର ପାରମ୍ପରିକ କ୍ରୀଡ଼ାର ଏକ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିବ:ପାରମ୍ପରିକ କ୍ରୀଡ଼ା: କୁସ୍ତି ଏବଂ ମାଲଖାମ୍ବର ପ୍ରତ୍ୟକ୍ଷ ପ୍ରତିଯୋଗିତା।

ସ୍ୱାସ୍ଥ୍ୟ ସେସନ୍ : ଚେୟାର ଯୋଗ (Chair Yoga) ଏବଂ ହାସ୍ୟ ଯୋଗ (Laughter sessions)।

ସାଂସ୍କୃତିକ ସମନ୍ୱୟ : ସ୍ଥାନୀୟ କଳା ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ବାଲୁକା କଳା ପ୍ରଦର୍ଶନ। ଗୋଟିପୁଅ, ସାହିଯାତ ଇତ୍ୟାଦି ଲୋକକଳା ଜରିଆରେ ସଚେତନତା ସୃଷ୍ଟି |

ଯୁବ ସମ୍ପୃକ୍ତି : ପ୍ରତିଟି ଅଧିବେଶନରେ ସ୍ଥାନୀୟ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକଙ୍କ ସମେତ ପ୍ରତ୍ୟେକ ଦିନ ଅଧିକ ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିବାର

ଭିଡ଼ ନିୟନ୍ତ୍ରଣ ପାଇଁ ସମଗ୍ର ସ୍ଥଳକୁ ବିଭିନ୍ନ ଆକ୍ଟିଭିଟି ଜୋନରେ ବିଭକ୍ତ କରାଯିବ। ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା, ଲାଇଫଗାର୍ଡ, ଅଗ୍ନିଶମ ବାହିନୀ ଏବଂ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦିଆଯିବ। ମାସ୍କଟ ଭାବେ ‘ଓଲି’ ମଧ୍ୟ ଏହି କାର୍ଯ୍ୟକ୍ରମର ଆକର୍ଷଣ ସାଜିବ।ଏହି ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ ସ୍ୱାଇଁ ଏବଂ ବିଭାଗର ଅନ୍ୟାନ୍ୟ ପ୍ରମୁଖ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking