30.1 C
Bhubaneswar
Saturday, July 12, 2025
Homeଓଡିଶାଆଜି ଅନୁଷ୍ଠିତ ହେବ ତିନି ରଥର ଦକ୍ଷିଣମୋଡ

ଆଜି ଅନୁଷ୍ଠିତ ହେବ ତିନି ରଥର ଦକ୍ଷିଣମୋଡ

ପୁରୀ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା  ହେରାପଞ୍ଚମୀ ନୀତି ।  ବିଳମ୍ବିତ ରାତିରେ  ମହାଲକ୍ଷ୍‌ମୀ  ପହଞ୍ଚିଲେ  ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ  ଅଭିମାନୀନୀ ମହାଲକ୍ଷ୍‌ମୀ ଭାଙ୍ଗିଲେ ରଥ ।  ରାଗ ଜର୍ଜରିତ ହୋଇ ଫେରି ଆସିଲେ  ଶ୍ରୀମନ୍ଦିର ।  ମହାପ୍ରଭୁ ସୁସ୍ଥ ହେବା ପରେ   ନବବିବାହିତା ଧର୍ମପତ୍ନୀ ମହାଲକ୍ଷ୍‌ମୀଙ୍କୁ ଛାଡି ବଡଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଘରି ଜନ୍ମବେଦୀକୁ ଯାତ୍ରା କରିଛନ୍ତି । ଏହା ପରେ ମହାପ୍ରଭୁ   ଶ୍ରୀ ମନ୍ଦିରକୁ ଫେରିବାର ମନସ୍ଥ କରିଛନ୍ତି ।  ସେଥିପାଇଁ ଆଜି ଅନୁଷ୍ଠିତ ହେବ ତିନି ରଥର ଦକ୍ଷିଣ ମୋଡ ।  ଗୁଣ୍ଡିଚା ମନ୍ଦିରରେ ସକାଳ ଧୁପ  ନୀତି ସରିବା ପରେ  ମହାପ୍ରଭୁଙ୍କ ଆଜ୍ଞାମାଳ ରଥ ନିକଟକୁ ବିଜେ କରିବ ।  ତିନି ରଥକୁ  ଦକ୍ଷିଣ ମୋଡ କରାଯାଇ  ଗୁଣ୍ଡିଚା ମନ୍ଦିରରେ  ସକାଳ ଧୂପ ନୀତି ସରିବା ପରେ  ମହାପ୍ରଭୁଙ୍କ ଆଜ୍ଞାମାଳ  ରଥ ନିକଟକୁ ବିଜେ କରିବ ।  ତିନି ରଥକୁ ଦକ୍ଷିଣ ମୋଡ କରାଯାଇ   ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର   ସମ୍ମୁଖରୁ ନାକଟଣା  ଦ୍ୱାରକୁ ଅଣାଯିବ ।  ଏଥିସହ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking