26.1 C
Bhubaneswar
Sunday, October 6, 2024
Homeଓଡିଶାଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲେ ତିନିରଥ

ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲେ ତିନିରଥ

ପୁରୀ : ଶରଧାବାଲିରେ ପହଞ୍ଚିଲେ ତିନିରଥ । ଗୋଟିଏ ପରେ ଗୋଟିଏ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗିଛନ୍ତି । ପ୍ରଥମେ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଶରଧାବାଲିରେ ଲାଗିଛି । ଚଳିତଥର ତିଥି ଥିବା ଭିନ୍ନ କାରଣରୁ ରଥଯାତ୍ରା ଦିନେ ପରିବର୍ତ୍ତେ ଦୁଇଦିନ ଅନୁଷ୍ଠିତ ହେଉଛି । ଗତକାଲି ରଥଟଣା ଆରମ୍ଭ ହୋଇ ଅଧାରେ ଅଟକିଥିଲା । ବଡଦାଣ୍ଡରେ ପଛକୁ ପଛ ଅଟକିଥିଲେ ତିନିଠାକୁର । ରଥ ଉପରେ ସଂଧ୍ୟାଧୂପ ନୀତିକାନ୍ତି ହେବା ପରେ ପହଡ ପଡିଥିଲା । ଆଜି ପୂର୍ବାହ୍ନରୁ ପୁଣି ରଥଟଣା ଆରମ୍ଭ ହୋଇଥିଲା । ଗତକାଲି ପରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁଣି ରଥ ଟାଣିଥିଲେ । ଆଜି ତିନିରଥରେ ଶ୍ରୀବିଗ୍ରହମାନେ ରଥାରୂଢ ହୋଇ ରହିବେ । ରଥ ଉପରେ ସମସ୍ତ ନୀତିକାନ୍ତି ହେବା ପରେ ବିଳମ୍ବିତ ରାତିରେ ପହଡ ପଡିବ । ଆସନ୍ତାକାଲି ସକାଳୁ ପହଡ ଖୋଲିବା ସହ ମଙ୍ଗଳ ଆଳତି, ମଇଲମ ଓ ଅନ୍ୟ ନୀତିକାନ୍ତି ହେବ । ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପକୁ ପହଣ୍ଡି କରାଯିବ । ଅପରାହ୍ନରେ ରଥରୁ ଅଶ୍ବ ଖୋଲାଯିବା ସହ ଚାରମାଳ ବନ୍ଧାଯିବ । ଏହା ପରେ ଆଡପ ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିବେ ଶ୍ରୀବିଗ୍ରହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking