ଭୁବନେଶ୍ୱର: ହାଇୱା ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ । ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଛକରେ ଘଟିଛି ଦୁର୍ଘଟଣା । ବାଇକରେ ୩ ଯୁବକ ନିଆଳି ରାସ୍ତାରେ ଯାଉଥିବା ବେଳେ ଏକ ହାଇୱା ସମସ୍ତଙ୍କୁ ଚାପି ଦେଇଛି । ଘଟଣାସ୍ଥଳରେ ପାହାଳ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବାଇକ ନମ୍ବରକୁ ଅନୁସନ୍ଧାନ କରି ପୋଲିସ ଆର୍ଟିଓ ରେକର୍ଡରେ ଥିବା ମାଲିକଙ୍କ ସହ ଯୋଗାଯୋଗ କରିଥିଲା । ଗାଡି ମାଲିକଙ୍କ ଯୋଗାଯୋଗ କରିଥିଲା । ଗାଡି ମାଲିକ ବହୁଦିନ ପୂର୍ବରୁ ବାଇକ ବିକ୍ରି କରିଦେଇଥିବା ପୁଲିସକୁ କହିଥିଲେ । ଫଳରେ ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।










