ବାଂଲାଦେଶ: ବାଂଲାଦେଶରୁ ଉତ୍ତେଜନା ସୃଷ୍ଟିକାରୀ ବୟାନ ଆସୁଥିବା ବେଳେ ମମତା ମିଡିଆ ଓ ରାଜନେତାମାନଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ଏପରି ଉତ୍ତେଜନା ସୃଷ୍ଟିକାରୀ ବୟାନ ସୀମାନ୍ତ ରାଜ୍ୟର ଶାନ୍ତି ଓ ସ୍ଥିରତା ଉପରେ କୌଣସି ପ୍ରକାରର ପ୍ରଭାବ ପକାଇ ପାରିବ ନାହିଁ ବୋଲି ସେ କହିଛନ୍ତି। କଟରେ ବିଏନପିର ଜଣେ ନେତା ଭାରତକୁ ତୀବ୍ର ସମାଲୋଚନା କରିବା ସହ ବାଂଲାଦେଶ ଖୁବଶୀଘ୍ର ପଡ଼ୋଶୀ ବେଙ୍ଗଲ, ଓଡ଼ିଶା ଓ ବିହାରକୁ ନିଜ ଦଖଲକୁ ନେବ ବୋଲି ଧମକ ଦେଇଥିଲେ। ସେହିପରି ବାଂଲାଦେଶର ୨ ଜଣ ଆର୍ମି ଭେଟରାନ ମଧ୍ୟ କହିଥିଲେ ଯେ ଦେଶର ସେନା ମାତ୍ର କିଛି ଦିନ ମଧ୍ୟରେ ବେଙ୍ଗଲକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଯିବ। ଆଜି ବିଏନପି ଓ ଆର୍ମି ଭେଟରାନଙ୍କ ବୟାନର କଡ଼ା ଜବାବ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଧାନସଭା ଭିତରେ ସେ କହିଛନ୍ତି ଯେ “ତୁମେମାନେ ବେଙ୍ଗଲ, ବିହାର ଓ ଓଡ଼ିଶାକୁ ଦଖଲ କରିନେବେ। ଆମେ ବୋଧେ ଲଲିପପ ଖାଇବୁ? ତୁମେମାନେ ଏକଥା ଭୁଲରେ ମଧ୍ୟ ଚିନ୍ତା କରନାହିଁ।” ବାଂଲାଦେଶରୁ ଉତ୍ତେଜନା ସୃଷ୍ଟିକାରୀ ବୟାନ ଆସୁଥିବା ବେଳେ ମମତା ମିଡିଆ ଓ ରାଜନେତାମାନଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି।