26.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଯୁଦ୍ଧ ଆଶଙ୍କା, ଯୁଦ୍ଧପୋତ ଓ ଲଢ଼ୁଆ ବିମାନ ପଠାଇଲା ଆମେରିକା

ଯୁଦ୍ଧ ଆଶଙ୍କା, ଯୁଦ୍ଧପୋତ ଓ ଲଢ଼ୁଆ ବିମାନ ପଠାଇଲା ଆମେରିକା

ୱାଶିଂଟନ: ପଶ୍ଚିମ ଏସିଆରେ ବଢ଼ୁଥିବା ତିକ୍ତତା ମଧ୍ୟରେ ଆମେରିକା ମଧ୍ୟ ଉକ୍ତ ଅଞ୍ଚଳରେ ନିଜ ସୈନ୍ୟଶକ୍ତି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ପଶ୍ଚିମ ଏସିଆରେ ଅଧିକ ଯୁଦ୍ଧ ଜାହଜ ଏବଂ ଲଢ଼ୁଆ ବିମାନ ନିୟୋଜିତ କରିବାକୁ ଆମେରିକା ପଦକ୍ଷେପ ନେଇଛି । ଆମେରିକା ଏପରି ସମୟରେ ଏଭଳି ନିଷ୍ପତ୍ତି ନେଇଛି ଯେତେବେଳେ କି ଇରାନ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି । ଦୁଇ ଦେଶ ମଧ୍ୟରେ ଏବେ ତିକ୍ତତା ପୂର୍ବ ଅପେକ୍ଷାସ ବଢ଼ିଛି ।

ଅନ୍ୟପଟେ ହମାସ ନେତାଙ୍କୁ ହତ୍ୟା ପରେ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ୍ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନର ଡେପୁଟି ସେକ୍ରେଟାରୀ ସାବରିନା ସିଂ ବୟାନ ଦେଇ କହିଛନ୍ତି ଯେ ଇରାନ ଏବଂ ଇରାନର ସହଯୋଗୀମାନଙ୍କ ଦ୍ୱାରା ଉକ୍ତ ଆଞ୍ଚଳରେ ତିକ୍ତତା ବୃଦ୍ଧି ହେବାର ସମ୍ଭାବନାକୁ ହ୍ରାସ କରିବା ପାଇଁ ପ୍ରତିରକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିବ । ସେ କହିଛନ୍ତି ଯେ ’ଅକ୍ଟୋବର ୭ ହାମାସ ଆକ୍ରମଣ ପରଠାରୁ ପ୍ରତିରକ୍ଷା ସଚିବ ବାରମ୍ବାର କହିଛନ୍ତି ଯେ ଆମେରିକା ପଶ୍ଚିମ ଏସିଆରେ ଏହାର ସ୍ୱାର୍ଥ ରକ୍ଷା କରିବ ଏବଂ ଇସ୍ରାଏଲର ସୁରକ୍ଷା ପାଇଁ ମଧ୍ୟ ପ୍ରତିଶ୍ରୁତି ପାଳନ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking