14.1 C
Bhubaneswar
Sunday, December 7, 2025
Homeଓଡିଶାଶ୍ରୀମନ୍ଦିର  ଉଡାଇ ଦେବାକୁ ଧମକ;  ସୁରାଗ ମିଳିଛି: ପୁରୀ ଏସପି

ଶ୍ରୀମନ୍ଦିର  ଉଡାଇ ଦେବାକୁ ଧମକ;  ସୁରାଗ ମିଳିଛି: ପୁରୀ ଏସପି

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ  ପାଶ୍ୱର୍ ପରିକ୍ରମା  ମାର୍ଗରେ ଧମକପୂଣ୍ଣ ଲେଖା ଘଟଣାରେ କିଛି ସୁରାଗ ମିଳିଥିବା କହିଲେ ପୁରୀ ଏସପି ପିନାକ ମିଶ୍ର । ଶ୍ରୀମନ୍ଦିର ସୁରକ୍ଷାକୁ ଆମେ ସର୍ୱାଧିକ ଗୁରୁତ୍ୱ ଦେଇଥାଉ । ପୋଲିସର ସ୍ପେଶାଲ ଟିମ ସିସିଟିଭି ଫୁଟେଜ ଯାଞ୍ଚ କରିଛି । ସିସିଟିଭି ଫୁଟେଜ ଯାଞ୍ଚରୁ କିଛି ସୁରାଗ ପାଇଛୁ ।  କେବେ ଲେଖାହୋଇଥିଲା, କିଏ ଲେଖିଥିଲା ଜଣାପଡିବ । ଖୋଲାଖୋଲି ସୁରକ୍ଷା କର୍ମୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ଦୁବୃର୍ତ୍ତ। ମଦ ନିଶାରେ ହେଉ ଅବା ଜାଣତରେ ହେଉ ପୁରୀ ପୁଲିସକୁ ଦିଆଯାଇଛି ଚ୍ୟାଲେଞ୍ଜ । ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking