14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଆମେରିକାର ଧମକ: ଭାରତୀୟ ଅର୍ଥନୀତିକୁ ତଳିତଳାନ୍ତ କରିଦେବୁ

ଆମେରିକାର ଧମକ: ଭାରତୀୟ ଅର୍ଥନୀତିକୁ ତଳିତଳାନ୍ତ କରିଦେବୁ

ୱାଶିଂଟନ୍‌: ଆମେରିକା ପୁଣିଥରେ ଭାରତକୁ ଧମକ ଦେଇଛି । ଭାରତୀୟ ଅର୍ଥନୀତିକୁ ସମ୍ପୂର୍ଣ୍ଣ ରୂପେ ତଳିତଳାନ୍ତ କରିଦେବ ବୋଲି ଆମେରିକା କହିଛି। ରୁଷ୍ ଠାରୁ ଶସ୍ତାରେ ତୈଳ କିଣୁଥିବା ପରିପ୍ରେକ୍ଷୀରେ ଭାରତକୁ ଆମେରିକା ଏହି ଧମକ ଦେଇଥିବା ଅନୁମାନ କରାଯାଉଛି । ନିକଟରେ ବ୍ରିକ୍ସ ଗୋଷ୍ଠୀର ୩ ପ୍ରମୁଖ ରାଷ୍ଟ୍ର ଭାରତ, ଚୀନ୍ ଏବଂ ବ୍ରାଜିଲକୁ ଧମକ ଦେଇଥିଲା ଆମେରିକା । ଏବେ ଏହି ଧମକର ପୁନରାବୃତ୍ତି କରିବା ପୂର୍ବକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦଳର ଜଣେ ସିନେଟର କହିଛନ୍ତି, ଯଦି ଏହି ଦେଶଗୁଡ଼ିକ ରୁଷ୍‌ରୁ ଶସ୍ତା ତେଲ କିଣିବା ଜାରି ରଖନ୍ତି, ତେବେ ସେମାନଙ୍କର ଅର୍ଥନୀତିକୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ ।

ଆମେରିକା ସିନେଟର ଲିଣ୍ଡସେ ଗ୍ରାହାମ୍ ସମ୍ପ୍ରତି ଫକ୍ସ ନ୍ୟୁଜ୍‌ରେ ଖୋଲାଖୋଲି ଭାରତ, ଚୀନ ଓ ବ୍ରାଜିଲକୁ ଧମକ ଦେଇଛନ୍ତି । ଏହି ତିନିଦେଶକୁ ଟାର୍ଗେଟ କରି ସେ କହିଛନ୍ତି, ଯଦି ଏମାନେ ରୁଷରୁ ଶସ୍ତା ତେଲ କିଣି ୟୁକ୍ରେନ୍ ଯୁଦ୍ଧକୁ ଅର୍ଥ ଯୋଗାଇବେ, ତେବେ ଆମେରିକା ଏମାନଙ୍କ ଅର୍ଥନୀତିକୁ ଧ୍ୱଂସ କରିବା ଦିଗରେ ଚିନ୍ତା କରିବାକୁ ବାଧ୍ୟହେବ । ଗ୍ରାହାମ୍ କହିଛନ୍ତି ଯେ ଏହି ତିନୋଟି ଦେଶ ରୁଷର ପ୍ରାୟ ୮୦% ତେଲ କିଣୁଛନ୍ତି, ଯାହା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଯୁଦ୍ଧ ଯନ୍ତ୍ରପାତିକୁ ପାଣ୍ଠି ଯୋଗାଇଆସୁଛି । ଗ୍ରାହାମ୍ ଅଭିଯୋଗ କରିଛନ୍ତି ଯେ “ଯେଉଁ ଦେଶଗୁଡ଼ିକ ପୁତିନ୍‌ଙ୍କ ଅଧୀନରେ ନାହାନ୍ତି ସେମାନଙ୍କୁ ଆକ୍ରମଣ କରି ସେ ଆଉଥରେ ଏକ ପୂର୍ବତନ ସୋଭିଏତ୍ ୟୁନିଅନ୍‌କୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଛନ୍ତି ।

୯୦ ଦଶକର ମଧ୍ୟଭାଗରେ, ୟୁକ୍ରେନ୍ ୧,୭୦୦ ପରମାଣୁ ଅସ୍ତ୍ର ତ୍ୟାଗ କରିଥିଲା ଏବଂ ଏକ ପ୍ରତିଶ୍ରୁତି ଦେଇଥିଲା ଯେ ଏହାର ସାର୍ବଭୌମତ୍ୱକୁ ରୁଷ ସମ୍ମାନ କରିବ । କିନ୍ତୁ ପୁତିନ୍ ସେହି ପ୍ରତିଶ୍ରୁତିକୁ ଭାଙ୍ଗିଛନ୍ତି । ପ୍ରକାଶ, ସିନେଟର ଲିଣ୍ଡସେ ଗ୍ରାହାମ ଏବଂ ରିଚାର୍ଡ ବ୍ଲୁମେନ୍ଥଲ ମିଳିତ ଭାବରେ ଆମେରିକୀୟ ସଂସଦରେ ଏକ ବିଲ୍ ଆଗତ କରିଛନ୍ତି, ଯେଉଁଥିରେ ରୁଷ୍ ଠାରୁ ତେଲ ଏବଂ ଗ୍ୟାସ କିଣୁଥିବା ଦେଶମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ କୁହାଯାଇଛି । ଏହି ବିଲ୍‌ରେ ୫୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ବିଷୟରେ ପ୍ରସ୍ତାବ ଦିଆଯାଇଛି । ଅର୍ଥାତ୍‌, ଯଦି ଭାରତ, ଚୀନ୍ କିମ୍ବା ବ୍ରାଜିଲ ରୁଷରୁ ତେଲ କିଣୁଛନ୍ତି, ତେବେ ସେମାନଙ୍କ ସାମଗ୍ରୀ ଉପରେ ଏତେ ଭାରୀ ଟିକସ ଲାଗୁ ହୋଇପାରେ ଯେ ସେମାନଙ୍କ ଅର୍ଥନୀତିକୁ ବଡ଼ ଝଟକା ଲାଗିବ । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ତିନି ଦେଶକୁ ଚେତାବନୀ ଦେଇଥିଲେ । ସେହିପରି ନାଟୋ ଏବଂ ୟୁରୋପୀୟ ସଂଘ ପକ୍ଷରୁ ମଧ୍ୟ ଭାରତକୁ ଚେତାବନୀ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking