ଭୁବନେଶ୍ବର: ରାଜଧାନୀରେ ପୁଣି ଥାର୍ ଆତଙ୍କ। କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ଥାର୍ ଧକ୍କାରେ ଜଣକର ମୃତ୍ୟୁ, ଆଉ ଜଣେ ଗୁରୁତର। ଗତକାଲି ରାତି ପ୍ରାୟ ୧୧ ଟା ୪୦ରେ ଏହି ଦୁର୍ଘଟଣା ଘଟିଛି । ଏଜି ଛକ ଆଡୁ ଏୟାରପୋର୍ଟ ଆଡ଼େ ଅତି ଦ୍ରୁତ ଗତିରେ ଯାଉଥିବା ଏକ ଥାର୍ ଗୋଟିଏ ବୁଲେଟକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣ ଗୁରୁତର ହୋଇଥିବା ଜଣାପଡିଛି।ମୃତକ ଓଲ୍ଡ ଟାଉନ ଅଞ୍ଚଳର ରାଜା ବୋଲି ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଥାର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ପରେ ଥାରର ଇଞ୍ଜିନ୍ ଅଏଲ ଲିକ୍ ହୋଇଛି। ବୁଲେଟ୍ ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିଲା । ଦୁର୍ଘଟଣା ଘଟାଇଥିବା ଥାର୍ କୁ ଜବତ କରିଛି ପୋଲିସ ।










