17.1 C
Bhubaneswar
Tuesday, February 3, 2026
Homeଓଡିଶାଏବର୍ଷ ନବଯୌବନ ଦର୍ଶନ ବନ୍ଦ

ଏବର୍ଷ ନବଯୌବନ ଦର୍ଶନ ବନ୍ଦ

ପୁରୀ : ପହଣ୍ଡି ଟିକେଟ୍ ହେବନି, ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ବାରଣ। ସମୟ କମ୍ ଥିବାରୁ ଭିଡ ନିୟନ୍ତ୍ରଣ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ମୋହର ମରାଯାଇଛି । ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି କମିଟି । ତେବେ ନୀତି ତ୍ୱରାନ୍ୱିତ କରିବା ସହିତ ନବଯୌାବନ ଦର୍ଶନ ବନ୍ଦ କରିବାକୁ ନିଷ୍ପତି ହୋଇଛି । ଏହାସହ ନୀତିର ଯଥେଷ୍ଟ ପୂର୍ବରୁ ସେବାୟତମାନେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୭ ତାରିଖ ଦିନ ନେତ୍ରୋତ୍ସବ ବନ୍ଦାପନା ପ୍ରତ୍ୟୁଷ ୪ଟାରେ, ସକାଳ ସାଢ଼େ ୭ଟା ସୁଦ୍ଧା ସେନାପଟା ଲାଗି, ଦିନ ୧୧ଟା ସୁଦ୍ଧା ରଥ ପ୍ରତିଷ୍ଠା, ଦିନ ୧.୧୦ ସୁଦ୍ଧା ପହଣ୍ଡି ଆରମ୍ଭ ହୋଇ ସାଢ଼େ ୨ଟା ସୁଦ୍ଧା ଶେଷ କରିବା, ଅପରାହ୍ନ ୪ଟା ସୁଦ୍ଧା ଛେରା ପହଁରା ଓ ୫ଟା ସୁଦ୍ଧା ରଥ ଟଣା ଆରମ୍ଭ କରିବାକୁ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ମୋହର ବାଜିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking