25.1 C
Bhubaneswar
Thursday, January 16, 2025
Homeଓଡିଶାଓଜନ କମାଇବା ସହ ଥାଇରଏଡ୍ କଣ୍ଟ୍ରୋଲ କରେ ଏହି ଶୀତଦିନିଆ ଫଳ

ଓଜନ କମାଇବା ସହ ଥାଇରଏଡ୍ କଣ୍ଟ୍ରୋଲ କରେ ଏହି ଶୀତଦିନିଆ ଫଳ

ଭୁବନେଶ୍ୱର: ଶୀତଦିନରେ ବଜାରରେ ବିଭିନ୍ନ କିସମର ଫଳର ଚାହିଦା ବଢେ । ଯାହାକୁ ସିଜନାଲ୍ ଫ୍ରୁଟ୍ କୁହାଯାଏ । ବର୍ଷସାରା ଶୀତଳ ଭଣ୍ଡାରରେ ଫଳ ରହୁଥିଲେ ହେଁ ଶୀତରେ ତଟକା ମିଠା ଫଳ ଖାଇବାର ମଜା ହିଁ କିଛି ଅଲଗା । ଯେଉଁଥିରେ ସେଓ, କମଳା, ସାକରକନ୍ଦା, ଅଙ୍ଗୁର ବିଭିନ୍ନ ପ୍ରକାର କୋଳି ମଧ୍ୟ ସାମିଲ ଥାଏ । କିନ୍ତୁ ଏହି ସମୟରେ ପାଣି ସିଙ୍ଗଡା ମଧ୍ୟ ଖୁବ୍ ବିକ୍ରି ହୁଏ । ଯାହା ପାଟିକୁ ଖାଇବାକୁ ଭଲଲାଗିବା ସହ ଏଥିରେ ଥିବା ଔଷଧୀୟ ଗୁଣ ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ । ପାଣି ସିଙ୍ଗଡାରେ ଥିବା ପ୍ରୋଟିନ୍, ଫାଇବର୍‌, ପୋଟାସିୟମ୍ ଏବଂ ଭିଟାମିନ୍ ବି ୬ ଭଳି ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ । ଏହି ଫଳକୁ ପାଣି ଫଳ ବୋଲି ମଧ୍ୟ କୁହାଯାଏ । ଯାହା ନିୟମିତ ଖାଇବା ଦ୍ୱାରା ଶରୀରରେ ପାଣିର ଅଭାବ ଦୂର ହେବା ସହ ଓଜନ କମିବା ଏବଂ ଥାଇରଏଡ୍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ । ତାହେଲେ ଆସନ୍ତୁ ଦେଖିବା ପାଣି ସିଙ୍ଗଡା ଖାଇବା ଦ୍ୱାରା ଶରୀରକୁ  କେଉଁ ପ୍ରକାରର ଫାଇଦା ମିଳେ ?
ଥାଇରଏଡ୍‌:
ପାଣି ସିଙ୍ଗଡାରେ ଥିବା ଆୟୋଡିନ୍ ଥାଇରଏଡ୍ ସମସ୍ୟା ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଏହି ଫଳରେ ଥିବା ଆୟୋଡିନ୍ ଗଳା ସମ୍ବନ୍ଧୀୟ ରୋଗ ପାଇଁ ମଧ୍ୟ ଭଲ ହୋଇଥାଏ । ଆପଣ ଯଦି ଥାଇରଏଡ୍ ସମସ୍ୟା ପାଇଁ ବ୍ୟତିବ୍ୟସ୍ତ ହେଉଛନ୍ତି ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ପାଣି ସିଙ୍ଗଡାକୁ ଖାଇପାରିବେ ।
ଡିହାଇଡ୍ରେସନ୍
ପାଣି ସିଙ୍ଗଡାରେ ପର୍ଯ୍ୟାପ୍ତ ପରିମାଣରେ ପାଣି ମହଜୁଦ୍ ହୋଇଥାଏ । ଏହାର ସେବନ ଦ୍ୱାରା ଶରୀରରେ ଡିହାଇଡ୍ରେସନ୍ ସମସ୍ୟା ଦୂର ହୋଇଥାଏ ।
ସୁସ୍ଥ କେଶ ପାଇଁ ଲାଭକାରୀ:
ନିୟମିତ ପାଣି ସିଙ୍ଗଡା ଖାଇବା ଦ୍ୱାରା ଚୁଟି ଝଡିବା ସମସ୍ୟା କମ୍ ହୁଏ । ଏଥିରେ ଥିବା ଲରିକ୍ ଏସିଡ୍ ଚୁଟିକୁ ମଜବୁତ ରଖିବାରେ ସହାୟକ ହୋଇଥାଏ ।
ଓଜନ କମାଏ:
ଯଦି ଆପଣ ନିଜ ବଢୁଥିବା ଓଜନକୁ ନେଇ ଚିନ୍ତିତ ତାହେଲେ ନିୟମିତ ପାଣି ସିଙ୍ଗଡା ଖାଇବା ଆରମ୍ଭ କରନ୍ତୁ । ଏହି ଫଳରେ ବହୁତ କମ୍ ମାତ୍ରାରେ କ୍ୟାଲୋରୀ ଥିବାରୁ ଏହା ପେଟ କମାଇବାରେ ସହାୟକ ହୁଏ । ଏହି ଫଳକୁ ବ୍ରେକ୍‌ଫାଷ୍ଟରେ ସାମିଲ୍ କରିବା ନିହାତି ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking