ଭୁବନେଶ୍ୱର: ଅନେକ ଲୋକଙ୍କର ଶୋଇବା ସମୟରେ ଘୁଙ୍ଗୁଡି ମାରିବାର ଅଭ୍ୟାସ ଥାଏ । ହେଲେ ସେମାନେ ଜାଣିପାରନ୍ତି ନାହିଁ ଯେ ସେମାନଙ୍କ ଘୁଙ୍ଗୁଡିରେ ପାଖରେ ଶୋଇଥିବା ଅନ୍ୟମାନଙ୍କର ନିଦ ଭାଙ୍ଗିଯାଏ । ତେବେ ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର କଣ ରହିଛି ଆସନ୍ତୁ ଜାଣିବା । ବ୍ରାହ୍ମୀ ପତ୍ରକୁ ଦେଶୀ ଘିଅରେ ଫୁଟାନ୍ତୁ , ତାପରେ କିଛି ବୁନ୍ଦା ବ୍ୟକ୍ତିଙ୍କ ନାକରେ ପକାନ୍ତୁ । ଏଥିରେ ଅନେକ ଔଷଧୀୟ ଗୁଣ ରହିଛି , ଯାହା ଘୁଙ୍ଗୁଡି ପାଇଁ ସହାୟକ ହୁଏ । କଫ ଜମା ହେବା ଦ୍ୱାରା ଘୁଙ୍ଗୁଡି ସୃଷ୍ଟି ହେଇଥାଏ । ଲୁଣ ପାଣି ପିଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ । ଏହା ବ୍ୟତତ ଅନ୍ୟ ଉପାୟଟି ହେଉଛି , କଡ ଲେଉଟାଇ ଶୋଇବା ଦ୍ୱାରା ଘୁଙ୍ଗୁଡି କମ ହୋଇଥାଏ । ପିଠି ମାଡି ଶୋଇବା ଦ୍ୱାରା ମୁହଁ ଚାପି ହୋଇ ରହିବା ଫଳରେ ବାୟୁ ଆଂଶିକ ଭାବରେ ଅବରୋଧ ହୋଇ ରହିଥାଏ ।