26.1 C
Bhubaneswar
Saturday, May 3, 2025
Homeଓଡିଶାଏଥର ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା

ଏଥର ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା

ନୂଆଦିଲ୍ଲୀ : ଏଥର କୃପା ବର୍ଷା କରିବ ମୌସୁମୀ । ଦେଶରେ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହୋଇପାରେ । ଓଡ଼ିଶାରେ ବି ଭଲ ବର୍ଷା ହେବ। ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି ଜିଲ୍ଲା ସମେତ କଳାହାଣ୍ଡି ଓ ନୂଆପଡ଼ାର କିଛି ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଅଛି । ଗତବର୍ଷ ଭଳି ଏଥର ବି ଠିକ୍ ସମୟରେ ମୌସୁମୀ ଆସିପାରେ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଏମିତି ପୂର୍ବାନୁମାନ କରିଛି । ଜୁନ୍ରୁ ସେପ୍ଟେମ୍ବର ଯାଏ ମୌସୁମୀ ବର୍ଷାକୁ ନେଇ ଦୀର୍ଘକାଳୀନ ପୂର୍ବାନୁମାନ କରିଛି ଆଇଏମ୍ଡି । ଆକଳନ କରିଛି, ଏଥର ମୌସୁମୀ ଋତୁରେ ଭଲ ବର୍ଷା ହେବ । ରାଜ୍ୟର କିଛି ସ୍ଥାନକୁ ଛାଡ଼ି ଦେଲେ ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷିପାରେ ମୌସୁମୀ । ଉତ୍ତର ଓ ଉପକୂଳ ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି । ଭଦ୍ରକ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରେ କମ୍ ବର୍ଷା ହୋଇପାରେ ।

ଗତବର୍ଷ ରାଜ୍ୟରେ ମୌସୁମୀ ବର୍ଷା ପରିମାଣ ପ୍ରାୟତଃ ସ୍ୱାଭାବିକ ଥିଲା । ଗତବର୍ଷ ମୌସୁମୀ ଆଗୁଆ(ଜୁନ୍-୮ରେ) ଆସିଥଲା ବୋଲି ପାଣିପାଗ ବିଭାଗ ଦାବି କରିଥିଲା । କିନ୍ତୁ ଆରମ୍ଭରୁ ବିଶେଷ ବର୍ଷା ହେଲାନି । ପ୍ରଭାବିତ ହେଲା ଚାଷ । ଜୁନ୍ ଚତୁର୍ଥ ସପ୍ତାହ ବେଳକୁ ବର୍ଷା ହେଲା । ମୋଟାମୋଟି ଜୁନ୍ ମାସରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୨୭% ନିଅଣ୍ଟିଆ ଥିଲା । ମାତ୍ର ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷା ଯୋଗୁ ନିଅଣ୍ଟିଆ ସ୍ଥିତି ଦୂର ହେଲା । ମୌସୁମୀ ଋତୁରେ (ଜୁନ-ସେପ୍ଟେମ୍ବର) ମୋଟ ସ୍ୱାଭାବିକ ବର୍ଷା ପରିମାଣ ୧୧୫୦ ମିମି । ଗତବର୍ଷ ହୋଇଥିଲା ୧୦୯୨ ମିମି ବର୍ଷା । ଯଦିଓ ମାତ୍ର ୫% କମ୍ଥିଲେ ମଧ୍ୟ ତାହାକୁ ସ୍ୱାଭାବିକ ଧରାଯିବ । ମାଲକାନଗିରିରେ ସ୍ୱାଭାବିକଠାରୁ ୫୬% ଅଧିକ ବର୍ଷା ହୋଇଥିଲା । ନୂଆପଡ଼ାରେ ୨୩% ଅଧିକ ବର୍ଷିଥିଲା । ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ଭଦ୍ରକରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଥିଲା । ଜୁଲାଇରେ ସ୍ୱାଭାବିକ ବର୍ଷା ହେଲା । ଅଗଷ୍ଟରେ ମାତ୍ର ୮ ଧ କମ୍ ବର୍ଷା ହୋଇଥିଲା । ଡିସେମ୍ବର ମାସରେ ଅଦିନିଆ ବର୍ଷା ଯୋଗୁ ଫସଲ କ୍ଷୟକ୍ଷତି ହୋଇଥିଲା ।

ଚଳିତବର୍ଷ ବର୍ଷାଋତୁରେ ଦେଶର ଅଧିକାଂଶ ଭାଗରେ ଭଲ ବର୍ଷା ସମ୍ଭାବନା ଅଛି । ଏଲ୍-ନିନୋ ଏବଂ ଆଇଓଡି (ଇଣ୍ଡିଆନ ଓସେନ ଡାଇପୋଲ) ଭଳି ଜଳବାୟୁ କାରକ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଅସ୍ପଷ୍ଟ ଅବସ୍ଥାରେ ରହିବା ଅର୍ଥ ଭଲ ବର୍ଷାର ସଙ୍କେତ । ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ ଓ ଏହା ସଂଲଗ୍ନ ତେଲଙ୍ଗାନାର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ତେବେ ବିହାର, ଜମ୍ମୁ-କାଶ୍ମୀର, ଲଦାଖ, ତାମିଲନାଡୁ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ ସାମାନ୍ୟ କମ୍ ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ ବେଳକୁ କେରଳ ଉପକୂଳ ଛୁଇଁଥାଏ । ଅଧିକାଂଶ ରାଜ୍ୟକୁ ଜୁନ ୧୫ରୁ ୨୫ ତାରିଖ ମଧ୍ୟରେ ମୌସୁମୀ ପ୍ରବେଶ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking