25.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶଏଥର ବିଦ୍ୟାଳୟରେ 'ଗୁଡ୍ ମର୍ଣ୍ଣିଂ' ବଦଳରେ ପିଲା କହିବେ 'ଜୟ ହିନ୍ଦ'

ଏଥର ବିଦ୍ୟାଳୟରେ ‘ଗୁଡ୍ ମର୍ଣ୍ଣିଂ’ ବଦଳରେ ପିଲା କହିବେ ‘ଜୟ ହିନ୍ଦ’

ନୂଆଦିଲ୍ଲୀ : ଅଗଷ୍ଟ ୧୫ରୁ ରାଜ୍ୟର ସମସ୍ତ ସ୍କୁଲରେ ‘ଗୁଡ୍ ମର୍ଣ୍ଣିଂ’ ବଦଳରେ ପିଲାମାନେ ‘ଜୟ ହିନ୍ଦ’ କହିବେ। ଏନେଇ ସରକାର ଏକ ଚିଠି ଜାରି କରି ସମସ୍ତ ସ୍କୁଲମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି ହରିଆଣା ସରକାର। ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଭିତରେ ଦେଶଭକ୍ତି ଏବଂ ଜାତୀୟତାବାଦର ଭାବନା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖା ଯାଇଥିବା ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ଜାରି କରିଥିବା ଚିଠିରେ ଉଲ୍ଲେଖ କରିଛି।ଶିକ୍ଷା ବିଭାଗ ପକ୍ଷରୁ ଜାରି କରା ଯାଇଥିବା ଚିଠିରେ କୁହାଯାଇଛି ଯେ, ସ୍ୱାଧୀନତା ସଂଗ୍ରାମ ସମୟରେ ସୁଭାଷ ଚନ୍ଦ୍ର ବୋଷ ‘ଜୟ ହିନ୍ଦ’ ସ୍ଲୋଗାନ ଦେଇଥିଲେ। ସ୍ୱାଧୀନତା ପରେ ସଶସ୍ତ୍ର ବାହିନୀ ଏହାକୁ ସାଲ୍ୟୁଟ ଭାବେ ଗ୍ରହଣ କରିଛନ୍ତି। ତେଣୁ ଛାତ୍ରଛାତ୍ରୀଙ୍କ ମନରେ ଦେଶଭକ୍ତି ଏବଂ ଜାତୀୟତାବାଦ ସୃଷ୍ଟି କରିବା ଲକ୍ଷରେ ପିଲାମାନଙ୍କୁ ଗୁଡ୍ ମର୍ଣ୍ଣିଂ ବଦଳରେ ଜୟ ହିନ୍ଦ କହିବାକୁ କୁହାଯାଇଛି। ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରାଥମିକ ଶିକ୍ଷା ଅଧିକାରୀ, ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ପ୍ରାଥମିକ ଶିକ୍ଷା ଅଧିକାରୀ ଏବଂ ପ୍ରଧାନଶିକ୍ଷକଙ୍କ ନିକଟକୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ବିଦ୍ୟାଳୟରେ ଅଗଷ୍ଟ ୧୫ରୁ ଏହି ନିୟମ କାର୍ୟ୍ୟକାରୀ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking