24.1 C
Bhubaneswar
Saturday, March 21, 2026
Homeଓଡିଶାଏଥର ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ପାଇବେ ୬୯ ଟଙ୍କା ଅଧିକ

ଏଥର ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ପାଇବେ ୬୯ ଟଙ୍କା ଅଧିକ

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ। ବର୍ଦ୍ଧିତ ଏମଏସପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ଦେବେ ସରକାର। ଏଣିକି ୩୧୦୦ ବଦଳରେ ଧାନ କ୍ୱିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବେ ସରକାର କ୍ଷ ସରକାରଙ୍କର ଏହି ନିଷ୍ପତ୍ତିକୁ ଚାଷୀମାନେ ସ୍ୱାଗତ କରିଛନ୍ତି। କେନ୍ଦ୍ର ବିଜେପି ସରକାର ଧାନ କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମଏସପି ୨୩୬୯ ଟଙ୍କା ସ୍ଥିର କରିଥିବା ବେଳେ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ଦେଉଛନ୍ତି ୮୦୦ ଟଙ୍କାର ଇନପୁଟ ସବସିଡ। ଏସବୁକୁ ମିଶାଇଲେ ଚାଷୀଙ୍କୁ ଗ୍ରେଡ଼ ଏ ଧାନ କ୍ୱିଣ୍ଟାଲ ପିଛା ମିଳିବ ୩୧୮୯ ଟଙ୍କା। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ ଧାନ ବିକ୍ରି ପଞ୍ଜୀକରଣରେ ବ୍ୟାପକ ତ୍ରୁଟି ଦେଖା ଦେଇଛି। ଏହି ତ୍ରୁଟି ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ଅନେକ ଚାଷୀ ଧାନ ବିକ୍ରି ପଞ୍ଜୀକରଣରୁ ବଂଚିତ ହୋଇଛନ୍ତି। ଏହି ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସେ କହିଛନ୍ତି ଯେ, ତାଙ୍କ ଲୋକସଭା କ୍ଷେତ୍ର ବରଗଡ଼ ଓ ଝାରସୁଗୁଡା ଜିଲ୍ଲର ଧାନ ବିକ୍ରି ପାଇଁ ପାଖାପାଖି ୫ ହଜାର ଚାଷୀ ପଞ୍ଜିକରଣ କରି ପାରି ନାହାନ୍ତି । ତେଣୁ ଏହି ଚାଷୀମାନେ କିପରି ମଣ୍ଡିରେ ଧାନ ବିକିବେ ତାର ବ୍ୟବସ୍ଥା କରିବାକୁ ବିଜେପି ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏଥିସହ ବାତ୍ୟା ମୋନ୍ଥାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମଧ୍ୟ ସହାୟତା ଯୋଗାଇ ଦେବାପାଇଁ ସେ ଅନୁରୋଧ କଗିଛନ୍ତି। ସାଂସଦ କହିଛନ୍ତି, ବରଗଡ଼ ଓ ଝାରସୁଗୁଡା ଜିଲ୍ଲାର ଅନେକ ଚାଷୀଙ୍କ ଅମଳ ଧାନ ନଷ୍ଟ ହୋଇଯାଇଛି। କାହା ଧାନ ବିଲରେ ପଡିଥିଲା ତ କାହର ରାସ୍ତା ଉପରେ ପଡିଥିଲା। ବାତ୍ୟା ମୋନ୍ଥା ପ୍ରଭାବରେ ଏସବୁ ପୁରା ନଷ୍ଟ ହୋଇ ଯାଇଛି। ସେମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏ ନେଇ ଜିଲ୍ଲାପାଳମାନେ ତାଙ୍କର କ୍ଷୟକ୍ଷତି ରିପୋର୍ଟ ସରକାରଙ୍କୁ ଦେଇ ସାରିଛନ୍ତି। ତେଣୁ ଚାଷୀଙ୍କୁ ତୁରନ୍ତ ବାତ୍ୟା ଜନିତ କ୍ଷତିପୂରଣ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ସେ କହିଛନ୍ତି, ମୋହନ ମାଝୀ ଜଣେ ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ। ସେ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ ସବସିଡ ଦେଉଛନ୍ତି। ତେଣୁ ଚାଷୀଙ୍କର ଏପରି ଦୁର୍ଦ୍ଦିନରେ ସେ ସହାୟତା ପ୍ରଦାନ ଦିଗରେ ବିଚାର କରିବେ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking