ବ୍ୟୁରୋ : ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପାଳନ ହେବ ପଞ୍ଚୁକ ବ୍ରତ । ଚତୁର୍ଦ୍ଦଶୀ କ୍ଷୟ ରହୁଥିବାରୁ ମହାପ୍ରଭୁଙ୍କ ୪ଟି ବେଶର ଦର୍ଶନର ସୁଯୋଗ ମିଳିବ ଶ୍ରଦ୍ଧାଳୁମାନଙ୍କୁ । କିନ୍ତୁ ଚଳିତଥର ଲକ୍ଷ୍ମୀ ନୃସିଂହ ବେଶରୁ ବଞ୍ଚିତ ହେବେ ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀ ଜିଉ ସୁନାବେଶରେ ଦର୍ଶନ ଦେବେ । ଅନ୍ୟପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥର ଭକ୍ତଙ୍କ ସୁରକ୍ଷା ସହ କିପରି ଭାବେ ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ହେବ ଏବଂ କିପରି ମହାପ୍ରଭୁଙ୍କୁ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିହେବ ତା ଉପରେ ଗୁରୁତ୍ୱ ଦେଉଛି ଶ୍ରାମନ୍ଦିର ପ୍ରଶାସନ ।