28.3 C
Bhubaneswar
Sunday, April 20, 2025
Homeଦେଶ ବିଦେଶକମ୍ ସମୟରେ ଆପଣଙ୍କର ଇଂରାଜୀ ଉଚ୍ଚାରଣକୁ ଉନ୍ନତ କରିପାରେ ଏହି କୌଶଳ

କମ୍ ସମୟରେ ଆପଣଙ୍କର ଇଂରାଜୀ ଉଚ୍ଚାରଣକୁ ଉନ୍ନତ କରିପାରେ ଏହି କୌଶଳ

ନୂଆଦିଲ୍ଲୀ: ଆମେ ସମସ୍ତେ ଇଂରାଜୀ ପଢି ଏବଂ ଲେଖି ଜାଣନ୍ତି, ତାହାକୁ ଭଲ ଭାବରେ ବୁଝି ମଧ୍ୟ ପାରନ୍ତି । କିନ୍ତୁ ଯେତେବେଳେ ଇଂରାଜୀ କହିବା କଥା ଆସେ, ଆମେ କେଉଁଠି ନା କେଉଁଠି ଏହାକୁ ହରାଇ ଦେଉଛୁ । ତେବେ ଆସନ୍ତୁ ଜାଣିବା କେମିତି କମ୍ ସମୟରେ ସ୍ପଷ୍ଟ ଭାବରେ ଇଂରାଜୀ କହିପାରିବେ । ଆମେ ଯେତେବେଳେ ଧ୍ୟାନ ଦେଇ ଶୁଣିବା, ସେତେବେଳେ ହିଁ ଭଲ ଇଂରାଜୀ କହିପାରିବେ । ଧ୍ୟାନ ଦେଇ ଉଚ୍ଚାରଣ ଏବଂ ବାକ୍ୟ ବୁଝିବାରେ ସାହାଯ୍ୟ ହୁଏ । ଉଚ୍ଚାରଣ ଉନ୍ନତ କରିବା ପାଇଁ ଆପଣ ଇଂରାଜୀ ଶୋ, ପଡକାଷ୍ଟ, ଇଂରାଜୀ ସଙ୍ଗୀତ ଏବଂ ଚଳଚ୍ଚିତ୍ରର ସାହାଯ୍ୟ ମଧ୍ୟ ନେଇପାରିବେ । ଇଂରାଜୀରେ କିଛି ପଢି ନିଜକୁ ରେକର୍ଡ କରନ୍ତୁ । ଏହି ରେକର୍ଡିଂଗୁଡିକ ଉଚ୍ଚାରଣ ଶବ୍ଦକୁ ବୁଝିବାରେ ସାହାଯ୍ୟ କରେ । ଏଥି ସହିତ କହିବାରେ ହୋଇଥିବା ଭୁଲଗୁଡିକୁ ବୁଝିବାରେ ମଧ୍ୟ ଏହା ସାହାଯ୍ୟ କରେ । ଆମ ସମସ୍ତଙ୍କ ଫୋନରେ ଏକ ଅନଲାଇନ୍ ଅଭିଧାନ ଅଛି । ସେହି ଅଭିଧାନଗୁଡିକରେ ଶବ୍ଦର ସଠିକ୍ ଉଚ୍ଚାରଣ ଶୁଣିବାରେ ସାହାଯ୍ୟ କରୁଥିବା ଅଡିଓ ସୁବିଧା ମଧ୍ୟ ଅଛି । ତୁମର ଇଂରାଜୀ ଉଚ୍ଚାରଣ ବୁଝିବା ପାଇଁ ଦ୍ରୁତ ଗତିରେ କହିବା ପରିବର୍ତ୍ତେ ଟିକେ ଧୀର କୁହ । ଯଦି ତୁମେ ଇଂରାଜୀରେ କିଛି ପଢ, ତେବେ ତାକୁ ଜୋରରେ ପଢ । ନିଜ ଉଚ୍‌ଚାରଣ ଶୁଣି ଏହାକୁ ସଂଶୋଧନ କରିବାର ସୁଯୋଗ ଅଛି । ଆପଣଙ୍କର ଇଂରାଜୀ ଉଚ୍ଚାରଣକୁ ଉନ୍ନତ କରବାର ଏକ ଭଲ ଉପାୟ ହେଉଛି ଜିଭ ଟ୍ୱିଷ୍ଟର ସହିତ ଶବ୍ଦ ଏବଂ ବାକ୍ୟଗୁଡିକୁ ବାରମ୍ବାର ଦୋହରାଇବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking