ଭୁବନେଶ୍ୱର: ଅନେକ ପ୍ରକାର କ୍ୟାନ୍ସରରେ ପ୍ରାରମ୍ଭିକ ପର୍ୟ୍ୟାୟରେ କୌଣସି ଗମ୍ଭୀର ଲକ୍ଷଣ ନଜର ଆସିନଥାଏ । କିନ୍ତୁ ଏମିତି କିଛି ସଙ୍କେତ ରହିଛି ଯେଉଁଥିରୁ କ୍ୟାନ୍ସର ହୋଇଛି ବୋଲି ଜାଣିହେବ ଏବଂ ସଠିକ୍ ସମୟରେ ଚିକିତ୍ସା କରିହେବ । ଯଦି ଆପଣ ଧ୍ୟାନ ଦେବେ ତେବେ କ୍ୟାନ୍ସରର ଲକ୍ଷଣ ଆପଣଙ୍କୁ ଖାଇବା ସମୟରେ ମଧ୍ୟ ନଜର ଆସିବ । ଆମେ ଆପଣଙ୍କୁ ୫ ଏମିତି କ୍ୟାନ୍ସରର ସଙ୍କେତ ସମ୍ପର୍କରେ ଜଣାଇବୁ ଯେଉଁଥିରୁ ଆପଣ ପୂର୍ବରୁ ସଚେତନ ହୋଇପାରିବେ ।
– ଢୋକିବାରେ ସମସ୍ୟା
ଖାଦ୍ୟ ଖାଇବାବେଳେ ଢୋକିବା ସମୟରେ ଗଳାରେ ଯଦି ଯନ୍ତ୍ରଣା ହେଉଛି ତେବେ ଏହା କ୍ୟାନ୍ସରର ସଙ୍କେତ । ଏହି ସମସ୍ୟା ଧିରେ ଧିରେ ବଢିଥାଏ ଏବଂ ଯନ୍ତ୍ରଣା ଅଧିକ ହୁଏ । ଏହାକୁ ଡିସ୍ପେଗିୟା କୁହାଯାଏ । ଏହି ଲକ୍ଷଣ ମୁହଁ, ଗଳା ବା ଖାଦ୍ୟ ନଳୀ ସମ୍ପର୍କିତ କ୍ୟାନ୍ସରରେ ନଜର ଆସେ ।
– ବାରମ୍ବାର ହଜମ ପ୍ରକ୍ରିୟା ଖରାପ ହେବା
ବାରମ୍ବାର ହଜମ ପ୍ରକ୍ରିୟା ଖରାପ ହେବା ସାଧାରଣତଃ ଚିନ୍ତାର ବିଷୟ ନୁହେଁ, କିନ୍ତୁ ଛାତିରେ ପୋଡାଜଳା, ପେଟ ଫୁଲିବା, ବାରମ୍ବାର ହେକୁଡି ହେବା ଖାଦ୍ୟନଳୀ କ୍ୟାନ୍ସରର ଲକ୍ଷଣ ।
– ଜଲଦି ପେଟ ପୁରିଯିବା
ମାତ୍ର ୨ ଗୁଣ୍ଡା ଖାଇବା ପରେ ପେଟ ପୁରିବା ଭଳି ଅନୁଭବ ହେବା ଏକ ଚେତାବନୀ । ପେଟରେ ଅଲ୍ସରରେ ଏହି ଲକ୍ଷଣ ଦେଖାଯାଏ । କିନ୍ତୁ ଏହା ଓଭରିୟନ କ୍ୟାନ୍ସର, ପେଟ ବା ପାନକ୍ରିୟାଟିକ୍ କ୍ୟାନ୍ସରର ମଧ୍ୟ ଏକ ଲକ୍ଷଣ ।
– ବାନ୍ତି
ଯଦି ଆପଣ ଖାଇବା ପରେ ବାନ୍ତି ଅନୁଭବ କରୁଛନ୍ତି ତେବେ ଖାଦ୍ୟ ଖରାପ ବୋଲି କୁହାଯାଏ । କିନ୍ତୁ ଏହି ଲକ୍ଷଣ ପାନକ୍ରିୟାଟିକ୍ କ୍ୟାନ୍ସର, ପେଟ କ୍ୟାନ୍ସର ବା ମସ୍ତିଷ୍କ ଟ୍ୟୁମରର ମଧ୍ୟ ଏକ ସଙ୍କେତ ।
– ଶରୀର ମଧ୍ୟରେ ପରିବର୍ତ୍ତନ
ପେଟ ଭିତରେ ସାମାନ୍ୟ ପରିବର୍ତ୍ତନ ଯଥା ଝାଡା, ମଳର ରଙ୍ଗ ବଦଳିବା ଆଦି ପାନକ୍ରିୟାଟିକ୍ କ୍ୟାନ୍ସର ବା ପେଟ କ୍ୟାନ୍ସରର କାରଣ ହୋଇପାରେ । ଯଦି ଆପଣ ଏଥିରୁ କୌଣସି ବି ପରିବର୍ତ୍ତନ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।