ନୂଆଦିଲ୍ଲୀ : ଭାରତର ବିଭିନ୍ନ ସ୍ଥାନ ପଯ୍ୟଟକଙ୍କୁ ଆକର୍ଷିତ କରୁଛି । କାହାକୁ ଜାଗା ଭଲ ଲାଗୁଛି ତ ଆଉ କାହାକୁ ପ୍ରକୃତିର ମନୋରମା ଦୃଶ୍ୟ । କେହାକୁ ଖାଇବାକୁ ଭଲ ଲାଗେ ତ ଆଉ କାହାକୁ ସେଲଫି ନେବାକୁ ଭଲ ଲାଗେ । ବିଦେଶରୁ ଅନେକ ପଯ୍ୟଟକ ଭାରତର ସଂସ୍କୃତି ଏବଂ ସୌନ୍ଦଯ୍ୟକୁ ଉପଭୋଗ କରିବା ପାଇଁ ଆସନ୍ତି । ହେଲେ ଜଣେ ବ୍ୟକ୍ତି ବିଦେଶୀ ମହିଳାଙ୍କୁ ଦେଖିବା ପରେ ତାଙ୍କ ସହ ସେଲଫି ନେବା ପାଇଁ ଦୌଡି ଆସିଥିଲେ । କିନ୍ତୁ ବିଦେଶୀ ମହିଳା ଜଣଙ୍କ ଏସବୁକୁ ପସନ୍ଦ କରନ୍ତି ନାହିଁ । ସେ ଅନେକ ଲୋକଙ୍କ ସହ ଫଟୋ ଉଠାଇ ବିରକ୍ତ ହୋଇଯାଇଥିବାରୁ ସେ ଏହାର ସମାଧାନ ପାଇଥିଲେ । ଯିଏ ବିଦେଶୀ ମହିଳାଙ୍କ ପାଖକୁ ଆସିବ ସେ ୧୦୦ ଦେଲେ ହିଁ ସେଲଫି ନେଇପାରିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମହିଳା ଜଣଙ୍କ ଏକ ପେପରରେ ସେଲଫି ପାଇଁ ୧୦୦ ଟଙ୍କା ଲେଖି ପଛପଟେ ଛପାଇଥିଲେ । ସେ ଭାବିଥିଲେ ଯେ ଏଭଳି କରିବା ଦ୍ୱାରା ଲୋକମାନେ ତାଙ୍କ ପାଖକୁ ଆସିବା ବନ୍ଦ କରିଦେବେ । ହେଲେ ତାହା ପୁରା ଓଲଟା ହେଲା । ଏହା ସତ୍ତ୍ୱ ମଧ୍ୟ ଲୋକମାନେ ଆସି ବିଦେଶୀ ମହିଳାଙ୍କ ନିକଟରେ ଫଟୋ ଉଠାଇ ତାଙ୍କୁ ୧୦୦ ଟଙ୍କା ଦେଇଥିଲେ ।