ଭୁବନେଶ୍ୱର : ଆପଣ ସକାଳୁ ଉଠିବା ମାତ୍ରେ କ୍ଲାନ୍ତ ଅନୁଭବ କରନ୍ତି । ଖାଇବା ପରେ ମଧ୍ୟ ଅଧିକାଂଶ ଲୋକେ ଥକ୍କା ଅନୁଭବ କରନ୍ତି । ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ଖାଦ୍ୟରେ ସନ୍ତୁଳିତ ଖାଦ୍ୟକୁ ବ୍ୟବହାର କରିପାରିବେ । ଯାହା ଆପଣଙ୍କ ଥକ୍କାପଣକୁ ଦୂର କରିପାରିବ । ଆପଣ ତରଭୁଜ ଖାଇପାରିବେ । ଯାହା ଶରୀରକୁ ହାଇଡ୍ରେଟ ରଖେ । ଏହା ସହିତ ଖାଦ୍ୟରେ ବାଦାମ ଅନ୍ତର୍ଭୁକ୍ତ କରିପାରିବେ । ଏଥିରେ ଭିଟାମିନ ବି ରହିଛି । ଯାହା ଶରୀର ପାଇଁ ଲାଭଦାୟକ ଅଟେ । ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ ଥାଏ । ତାହା ମଧ୍ୟ ଖାଇପାରିବେ । ଆପଲରେ ଫାଇବର ଥାଏ , ଆପଣଙ୍କ ହଜମ ପ୍ରକ୍ରିୟାକୁ ସାହାଯ୍ୟ କରେ । ସେହିପରି କଦଳୀ ଖାଇପାରିବେ । ଏଥିରେ ପୋଟାସିୟମ ଭରପୁର ମାତ୍ରାରେ ରହିଛି । ଯାହା ଶରୀରକୁ ଭିଟାମିନ ବି ଯୋଗାଇବା ସହିତ ଶକ୍ତି ଯୋଗାଇଥାଏ ।