ଭୁବନେଶ୍ୱର: ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ସବୁଠୁ ଭଲ କଥା ହେଉଛି ପାଚିଲା ଅମୃତଭଣ୍ଡା ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏଥିରେ ଭିଟାମିନ ସି , ଭିଟାମିନ ଏ , ମ୍ୟାଗ୍ନସିୟମ , ଫାଇବର ଏବଂ ଆଣ୍ଟି ଅକ୍ସିଡାଣ୍ଟ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଯାହା ଶରୀରକୁ ଅନେକ ଉପକାର ଯୋଗାଇବାକୁ ସାହାଯ୍ୟ କରେ । ପାଚିଲା ଅମୃତଭଣ୍ଡାରେ ଭିଟାମିନ ଏ ଏବଂ କାରୋଟିନଏଡ ଥାଏ ଯାହା ଦୃଷ୍ଟି ଶକ୍ତିରେ ସାହାଯ୍ୟ କରେ । ପାଚିଲା ଅମୃତଭଣ୍ଡାରେ ମିଠା କମ ଥାଏ ଅଧିକ ଫାଇବର ଥାଏ । ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ସାହାଯ୍ୟ କରେ ।