ଜାପାନ : ଦିନେ ଆମ ଦେଶରେ ଝିଅକୁ ବାହା କରିବାକୁ ନେଇ ବାପା ମାଆ ଚିନ୍ତାରେ ରହୁଥିଲେ । ଭଲ ବରପାତ୍ରଟିଏ ଖୋଜି ଝିଅକୁ ବାହା ଦେବା କିଛି ସହଜ ନଥିଲା । ହେଲେ ବର୍ତ୍ତମାନ ଯୁଗ ବଦଳିଛି । ଏବେ ଝିଅ ନିଜେ ପୁଅ ଖୋଜୁଛନ୍ତି ଅବା ବାହା ନହୋଇ ସ୍ବାଧୀନ ଭାବେ ରହିବାକୁ ଚାହୁଁଛନ୍ତି।ଅବିବାହିତ ଝିଅଙ୍କ କ୍ଷେତ୍ରରେ ଶୀର୍ଷରେ ରହିଛି ଏହି ଦେଶ । ତେବେ ଝିଅମାନେ ବିବାହ ନ କରିବାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣମାନେ ଦେଖୁଥିବେ ଗତ କିଛି ବର୍ଷ ହେବ ଝିଅମାନେ ବିବାହ କରିବା ପାଇଁ ଆଉ ମନ ବଳଉ ନାହାନ୍ତି । ସ୍ୱାଧୀନ ଭାବେ ବଞ୍ଚିବାକୁ ପସନ୍ଦ କରୁଛନ୍ତି । ତେବେ, ଆସନ୍ତୁ ଜାଣିବା କେଉଁ ଦେଶରେ ସର୍ବାଧିକ ଅବିବାହିତ ଝିଅ ଅଛନ୍ତି । ଭାରତ ସମେତ ସାରା ବିଶ୍ୱରେ ଝିଅମାନେ ଶିପାଠପଢ଼ା ସାରିବା ପରେ ବିବାହ କରିବାକୁ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏହି ଧାରାରେ ଦ୍ରୁତ ଗତିରେ ପରିବର୍ତ୍ତନ ଆସୁଥିବା ଦେଖା ଯାଉଛି । ଝିଅମାନେ ଏବେ ବିବାହ କରିବା ପରିବର୍ତ୍ତେ ଏକାକୀ ସୁଖୀ ଜୀବନଯାପନ କରିବାକୁ ପସନ୍ଦ କରୁଛନ୍ତି, ଏହା ପଛରେ ଅନେକ କାରଣ ଅଛି । ପ୍ରଥମ କାରଣ ହେଉଛି ଆଜିକାଲିର ପିଢ଼ି ବାହା ହେବା ପରେ ପରସ୍ପର ସହିତ ଖାପ ଖୁଆଇ ଚଳି ପାରୁ ନାହାନ୍ତି । କେଉଁଠି ପୁଅ ତା’ର ସାଥୀକୁ ହତ୍ୟା କରୁଛି ତ କେଉଁଠି ଝିଅ ତା’ର ସ୍ବାମୀକୁ ହତ୍ୟା କରୁଛି ।
ଏହାର ଜ୍ୱଳନ୍ତ ଉଦାହରଣ କିଛିଦିନ ପୂର୍ବରୁ ଘଟିଥିବା ସୋନମ ଏବଂ ରାଜା ରଘୁବଂଶୀଙ୍କ ଘଟଣା କଥା । ଆଜିକାଲିର ମହିଳାମାନେ ଏପରି ସ୍ୱାଧୀନ ଭାବେ ବଂଚିବାକୁ ଚାଁହୁଛନ୍ତି ଯେ ନିଜ ପରିବାରର ଖୁସିକୁ ବି ବଳି ଚଢ଼ାଇ ଦେଉଛନ୍ତି । ତେବେ ଦର୍ଶକ ବନ୍ଧୁ ଏବେ ଆମେ ଆପଣଙ୍କୁ କହିବୁ କେଉଁ ଦେଶରେ ସର୍ବାଧିକ ଅବିବାହିତ ଝିଅ ଅଛନ୍ତି । ଗତ କିଛି ବର୍ଷ ମଧ୍ୟରେ, ବିଶ୍ୱର ଅନେକ ଦେଶରେ ଅବିବାହିତ ଝିଅଙ୍କ ସଂଖ୍ୟା ବହୁତ ବଢ଼ିଛି । ଯଦି ଆମେ ଭାରତ ବିଷୟରେ କଥା ହେବା, ତେବେ ୨୦୨୨ ମସିହାର ଏକ ରିପୋର୍ଟ ଅନୁଯାୟୀ, ଆମ ଦେଶରେ ୭୨ ନିୟୁତ ଅର୍ଥାତ୍ ପ୍ରାୟ ୭ କୋଟି ଝିଅ ବିବାହ କରି ନଥିଲେ । ଏହି ସଂଖ୍ୟା ଦେଶର ଇତିହାସରେ ଏପର୍ଯ୍ୟନ୍ତ ସର୍ବାଧିକ । ଦର୍ଶକ ବନ୍ଧୁ, ଏହି ସଂଖ୍ୟା ଶୁଣିଲେ ଆପଣ ନିଶ୍ଚୟ ଚକିତ ହୋଇ ଯାଉଥିବେ । ଯଦି ୟୁକେ ଏବଂ ସ୍ୱିଜରଲ୍ୟାଣ୍ଡର ଜନସଂଖ୍ୟାକୁ ମିଶାଇ ଦିଆଯାଏ, ତେବେ ଏହି ସଂଖ୍ୟା ସମାନ ହେବ । ଆଉ ଗୋଟିଏ କଥା, ଏଥିରେ ବିଧବା, ଛାଡପତ୍ର ନେଇଥିବା ମହିଳା ଏବଂ ଅବିବାହିତା ଅନ୍ତର୍ଭୁକ୍ତ ଅଛନ୍ତି ।
ଯଦି ଆମେ କେବଳ ଅବିବାହିତ ଝିଅଙ୍କ ସଂଖ୍ୟା ବିଷୟରେ କହିବା, ତେବେ ଜାପାନ ଏବଂ ସ୍ୱିଡେନ ଶୀର୍ଷରେ ଅଛନ୍ତି । କିଛି ରିପୋର୍ଟରେ ସ୍ୱିଡେନ ପ୍ରଥମ ସ୍ଥାନରେ ଅଛି ଏବଂ ଆଉ କିଛି ରିପୋର୍ଟରେ ଜାପାନ ପ୍ରଥମରେ ରହିଛି । ଜାପାନର ପରିସ୍ଥିତି ଏପରି ଯେ ପ୍ରତି ୭ ଜଣ ମହିଳାଙ୍କ ମଧ୍ୟରୁ ଜଣେ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ବିବାହ କରନ୍ତି ନାହିଁ, ବରଂ ବିଭିନ୍ନ ପ୍ରକାରର ବ୍ୟବସାୟ କରି ସ୍ୱାଧୀନ ଭାବେ ଚଳିବାକୁ ପସନ୍ଦ କରନ୍ତି । ଦର୍ଶକ ବନ୍ଧୁ ଜାପାନରେ ମହିଳାମାନେ କାହିଁକି ବିବାହ କରୁ ନାହାନ୍ତି ତା ପଛର କାରଣ ଆସନ୍ତୁ ଜାଣିବା । ଜାପାନ ଭଳି ଦେଶରେ, ଭାରତ ପରି, ଏକ ପାରମ୍ପରିକ ପ୍ରଥା ରହିଛି । ଝିଅମାନେ ଘରେ ରହିବେ ଏବଂ ପୁରୁଷମାନେ କାମ କରିବେ । ଏଭଳି ପରିସ୍ଥିତିରେ, ଅନେକ ମହିଳାଙ୍କୁ ଘରୋଇ ହିଂସାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେଉଁ କାରଣରୁ ଅନେକ ମହିଳା ବିବାହ କରି ହିଂସାର ଶିକାର ହେବା ଅପେକ୍ଷା ଏକା ରହିବାକୁ ପସନ୍ଦ କରନ୍ତି । ଏହା ବ୍ୟତୀତ, ମହିଳାମାନେ ଏବେ ପୂର୍ବ ଅପେକ୍ଷା ଅଧିକ ଶିକ୍ଷିତ ହେଉଛନ୍ତି ଏବଂ ନିଜ କ୍ୟାରିଅରକୁ ପ୍ରାଥମିକତା ଦେଉଛନ୍ତି । ଛାଡପତ୍ରର ବର୍ଦ୍ଧିତ ମାମଲା ଏବଂ ବିବାହ ସହିତ ଆସୁଥିବା ଦାୟିତ୍ୱକୁ ଏଡାଇବାର ଚିନ୍ତାଧାରା ମଧ୍ୟ ବିବାହକୁ ନକରିବାର ଏକ ବଡ଼ କାରଣ । ଦେଖିବାକୁ ଗଲେ ମହିଳାମାନେ ନିଜ ଚିନ୍ତାଧାରା ବଦଳାଇ ଏବେ ନିଜ ପାଇଁ ନିଷ୍ପତ୍ତି ନେଉଛନ୍ତି । ଯାହା ପୁଅଙ୍କ ପାଇଁ ଅଡୁଆ ବଢ଼ାଇଛି ।