21.1 C
Bhubaneswar
Sunday, March 23, 2025
Homeଓଡିଶାରାଜ୍ୟରେ ଖାଲି ପଡିଛି ୧୩ଟି ଆରଟିଓ ପଦବୀ

ରାଜ୍ୟରେ ଖାଲି ପଡିଛି ୧୩ଟି ଆରଟିଓ ପଦବୀ

ଭୁବନେଶ୍ୱର: ରାଜ୍ୟରେ ୩୮ଟି ମଞ୍ଜୁରୀପ୍ରାପ୍ତ ଆରଟିଓ ପଦବୀ ଥିବାବେଳେ ଏଥିରୁ ୧୩ଟି ପଦବୀ ଖାଲି ପଡିଛି । ସେହିଭଳି ୧୦ଟି ସହକାରୀ ଆରଟିଓ ପଦବୀ ମଧ୍ୟ ଖାଲି ପଡିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ୬୪ଟିି କନିଷ୍ଠ ଏମଭିଆଇ ପଦବୀ ମଧ୍ୟରୁ ୪୯ଟି ଓ ୩୨ଟି ସହକାରୀ ଏମଭିଆଇ ପଦବୀ ମଧ୍ୟରୁ ୩୧ଟି ଖାଲି ପଡିଛି । ତେବେ ଖାଲି ପଡିଥିବା ଆରଟିଓ ପଦବୀରେ ଅନ୍ୟ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇ କାମ ଚଳାଇ ନିଆଯାଉଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟରେ ୯୨୨୪ କୋଟି ୫୦ଲକ୍ଷ ଟଙ୍କାର ପରିବହନ ଟିକସ ଆଦାୟହୋଇଛି । ଏଥି ମଧ୍ୟରେ ସର୍ବାଧିକ ୨୩୭୭ କୋଟି ୯୪ଲକ୍ଷ ଟଙ୍କାର ଟିକସ ୨୦୨୩-୨୪ ବର୍ଷରେ ଆଦାୟ ହୋଇଛି । ୨୦୨୦-୨୧ ବର୍ଷରେ ସବୁଠାରୁ କମ୍‍ ୧୪୬୬ କୋଟି ୨୬ଲକ୍ଷ ଟଙ୍କାର ପରିବହନ ଟିକସ ଆଦାୟ ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking