24.1 C
Bhubaneswar
Friday, March 20, 2026
Homeଓଡିଶା୧୩ ଶିଳ୍ପ କମ୍ପାନି ପୂର୍ବ ସରକାରରେ ଏମଓୟୁ କରି ଓହରି ଯାଇଛନ୍ତି: ଶିଳ୍ପମନ୍ତ୍ରୀ

୧୩ ଶିଳ୍ପ କମ୍ପାନି ପୂର୍ବ ସରକାରରେ ଏମଓୟୁ କରି ଓହରି ଯାଇଛନ୍ତି: ଶିଳ୍ପମନ୍ତ୍ରୀ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଓଡ଼ିଶାରେ ପ୍ରକଳ୍ପ ନ କରି ୧୩ଟି ବୃହତ୍ ଶିଳ୍ପ କମ୍ପାନି ଓହରି ଯାଇଛନ୍ତି। ଏହି କମ୍ପାନିଗୁଡ଼ିକ ପ୍ରକଳ୍ପ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ । ଶୁକ୍ରବାର ବିଧାନସଭାରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏଭଳି ସୂଚନା ପ୍ରଦାନ କରିଛନ୍ତି। ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ୧୩ଟି କମ୍ପାନି ଶିଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ। ଏହି କମ୍ପାନିଗୁଡ଼ିକ ମଧ୍ୟରେ ଆର୍ସେଲର ୪୦ହଜାର କୋଟି ଏବଂ ପୋସ୍କୋ ୫୧ ହଜାର କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ଦେଇଥିଲେ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ସେହିପରି ଗୃହ ବାହାରେ ଶିଳ୍ପ ମନ୍ତ୍ରୀ କହିଛନ୍ତି, ନୂଆ ସରକାର ଆସିବା ଏବେ କୌଣସି ଶିଳ୍ପ ସଂସ୍ଥା ଓଡ଼ିଶାରୁ ଫେରୁନାହାନ୍ତି । ଶିଳ୍ପ କମ୍ପାନୀଗୁଡ଼ିକ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି । ଆର୍ସେଲର ମିତ୍ତଲ ନିପନ ଷ୍ଟିଲର ସ୍ଥିତି ହେଉଛି ସ୍ଥାନୀୟ ତହସିଲଦାରଙ୍କ ପକ୍ଷରୁ ଶୁକ୍ରବାର ସମ୍ପୃକ୍ତ ଅଞ୍ଚଳରେ ଜମି କିଣାବିକା ବନ୍ଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ସେଠାରେ ପ୍ରକଳ୍ପ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ରେଳ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତି କରାଯାଉଛି। ୧୮ମାସ ମଧ୍ୟରେ ବିଦ୍ୟୁତ ସଂଯୋଗ କାର୍ଯ୍ୟ ସରିବ। ସମସ୍ତ ପ୍ରକାରର ଆନୁସଙ୍ଗିକ କାମ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପୂର୍ବ ସରକାର ସମୟରେ ବି ଯେଉଁ ଶିଳ୍ପ ଫେରିଥିଲା ତାକୁ ଆମେ ଓଡ଼ିଶାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking