20.1 C
Bhubaneswar
Sunday, December 21, 2025
Homeଓଡିଶାଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ କ୍ଷମତାପନ୍ନ କମିଟିର ତୃତୀୟ ବୈଠକ

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ କ୍ଷମତାପନ୍ନ କମିଟିର ତୃତୀୟ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସସିଏଲ) ର ସଂପତ୍ତି ପରିଚାଳନା ପାଇଁ ଗଠିତ କ୍ଷମତାପନ୍ନ କମିଟିର ତୃତୀୟ ବୈଠକ ଆଜି ଖାରବେଳଭବନ ସମ୍ମିଳନୀ କକ୍ଷରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
୩୧ ମାର୍ଚ୍ଚ ୨୦୨୫ ରେ ସ୍ମାର୍ଟ ସିଟି ମିଶନର ଔପଚାରିକ ଭାବେ ଅବଧି ସରିବାପରେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭୁବନେଶ୍ୱରରେ ସୃଷ୍ଟି ହୋଇଥିବା ବ୍ୟାପକ ସମ୍ପତ୍ତିର ପରିଚାଳନା, ରକ୍ଷାଣାବେକ୍ଷଣ ଓ ଉତ୍ତମ ବ୍ୟବହାର ଉପରେ ଅଲୋଚନା କରାଯାଇଥିଲା। ବୈଠକରେ ସଦସ୍ୟମାନେ ଦୀର୍ଘକାଳୀନ ସଂପତ୍ତି ପରିଚାଳନା ରଣନୀତି ବିଷୟରେ ଅଲୋଚନା କରିଥିଲେ।

ସଦସ୍ୟମାନେ କହିଥିଲେ ଯେ ସ୍ମାର୍ଟ ସିଟି ମିଶନ ସହରାଞ୍ଚଳ ବିକାଶରେ ନୂତନ ଓ ସମାବେଶୀ ମଡେଲ ମାଧ୍ୟମରେ ସଫଳତା ଆଣିଛି, କିନ୍ତୁ ମିଶନ ପରବର୍ତ୍ତୀ ଅବଧିରେ ସଂପତ୍ତିଗୁଡ଼ିକୁ ସଂରକ୍ଷଣ, ବ୍ୟବହାର ଓ ଆୟ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଭିତ୍ତିକ ଉଦ୍ୟମ ଆବଶ୍ୟକ। ଏହି ପରିପ୍ରେକ୍ଷିରେ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଓଡ଼ିଶାର ଅନ୍ୟ ସହରମାନଙ୍କ ପାଇଁ ଏକ ମଡେଲ ହେବ। ବୈଠକରେ ଆଲୋଚିତ ମୁଖ୍ୟ ବିଷୟବସ୍ତୁଗୁଡ଼ିକ ମଧ୍ୟରେ ବହୁ-ସ୍ତରୀୟ ଗାଡି ରଖିବା ସ୍ଥାନ , ରାସ୍ତା ପରିଦୃଶ୍ୟ, ଓ ପବ୍ଲିକ ପ୍ଲାଜା ପରି ସାଧାରଣ ସଂପତ୍ତିରୁ ଆଦାୟ ହେଉଥିବା ଟିକସ ବଣ୍ଟନ ନୀତି ,ବହୁ-ସ୍ତରୀୟ ପାର୍କିଂରେ ବିଜ୍ଞାପନ ଅଧିକାର ଓ ବ୍ୟବହୃତ ନହୋଇଥିବା ସମ୍ପତ୍ତିର ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରି ଆୟ ବୃଦ୍ଧି କରିବା ପ୍ରସ୍ତାବ ଆଦି ରହିଥିଲା। ଏଥି ସହିତ ପୂର୍ବରୁ ବ୍ୟୟ ହୋଇଥିବା ମୂଳ ଧନ ଖର୍ଚ୍ଚ ପାଇଁ ପ୍ରତିପୂରଣ ଓ ବର୍ତ୍ତମାନ ଚାଲୁଥିବା ଖର୍ଚ୍ଚ ପାଇଁ ସମ୍ବଳ ଉପାୟ ଉପରେ ଆଲୋଚନା ହୋଇଥିଲା l

ବୈଠକରେ ବର୍ତ୍ତମାନ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ରକ୍ଷଣା ବେକ୍ଷଣ ଓ ବୈଦ୍ୟୁତିକ ଖର୍ଚ୍ଚ ପାଇଁ ସମ୍ପୂର୍ଣ୍ଣ ଭାର ଉଠାଉଛି, କାରଣ ଅଧିକାଂଶ ପ୍ରକଳ୍ପର ପରିଚାଳନା ଅବଧି ସମାପ୍ତ ହୋଇଛି। ଏହି ସ୍ଥିତି ଏକ ଗୁରୁତର ଆର୍ଥିକ ଚାପ ସୃଷ୍ଟି କରିଛି ଓ ସଂପତ୍ତି ପରିଚାଳନା ପାଇଁ ତୁରନ୍ତ ଯୋଜନା ଓ ସହଯୋଗ ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଛି । ଉକ୍ତ ବୈଠକରେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ, ପୁଲିସ୍‍ କମିଶନର ଏସ୍. ଦେବଦତ୍ତ ସିଂହ, ନନ୍ଦନକାନନର ନିର୍ଦ୍ଦେଶକ ମନୋଜ ଭି. ନାୟର, ଉଚ୍ଚଶିକ୍ଷା ବିଭାଗର ସ୍ଵତନ୍ତ୍ର ସଚିବ ଶ୍ରୀ ଧରଣୀଧର ନନ୍ଦ, ଓ୍ବାଟକୋ ପରିଚାଳନା ନିର୍ଦ୍ଦେଶକ ଗୁରୁଚରଣ ଦାସ, ଭୁବନେଶ୍ବର ସ୍ମାର୍ଟସିଟିର ପରିଚାଳନା ନିର୍ଦ୍ଦେଶକ ପୁରନ୍ଦର ନନ୍ଦ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking