ଚାନ୍ଦବାଲି: ପୀରହାଟ ଥାନା ପଛ ପଟେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ। ମୋବାଇଲ ଚୋରି ଅଭିଯୋଗରେ କ୍ୟାମେରା ଆଢିଆଳରେ ଥାର୍ଡ ଡିଗ୍ରୀ ଅଭିଯୋଗ ହୋଇଛି। ମାଡ ମାରିବା ପରେ କାହାକୁ ନ କହିବାକୁ ନାବାଳକଙ୍କୁ ତାଗିଦ୍ କରାଯାଇଥିବା ସୂଚନା ମିଳିଛି। ଥାର୍ଡ ଡିଗ୍ରୀ ପରେ ବିରିୟାନୀ ଖଆଇବାକୁ ୨୦୦ ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ନାବାଳକ ଏବେ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ଏସ୍ପି ଓ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତ ନାବାଳକଙ୍କ ବାପା।ଅନ୍ୟପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ଥାନା ଅଧିକାରିଣୀ।










