25.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶକଂଗ୍ରେସ ପରାଜୟକୁ ସ୍ୱୀକାର କରି ଆତ୍ମମନ୍ଥନ କରିବା କଥା : ପ୍ରଧାନମନ୍ତ୍ରୀ

କଂଗ୍ରେସ ପରାଜୟକୁ ସ୍ୱୀକାର କରି ଆତ୍ମମନ୍ଥନ କରିବା କଥା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ । ରାଷ୍ଟ୍ରପତି ଦେଶକୁ ମାର୍ଗଦର୍ଶନ ଦେଇଛନ୍ତି । ରାଷ୍ଟ୍ରପତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକୁ ଉଠାଇଛନ୍ତି । ଦେଶରେ ସଫଳ ନିର୍ବାଚନ ଅନୁଷ୍ଠିତ ହୋଇଛି । ଜନତା ସେବା ପାଇଁ ତୃତୀୟ ଥର ସୁଯୋଗ ଦେଇଛନ୍ତି । ୧୦ ବର୍ଷରେ ୨୫ କୋଟି ଲୋକ ଗରିବାରୁ ବାହାରିଛନ୍ତି । ଦୁର୍ନୀତି ବିରୋଧରେ ଆମର ଜିରୋ ଟଲେରାନ୍ସ ନୀତି । ଦୁନିଆରେ ଭାରତର ପ୍ରତିଷ୍ଠା ବଢିଛି । ଦୁନିଆରେ ଭାରତର ଗୌରବ ବଢିଛି । ଆମର ଏକମାତ୍ର ଲକ୍ଷ୍ୟ ଭାରତ ସର୍ବପ୍ରଥମ । ଅନେକ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି । ପୂର୍ବରୁ ତୁଷ୍ଟୀକରଣର ରାଜନୀତି ଚାଲିଥିଲା । ଏବେ ତୁଷ୍ଟୀକରଣ ନୁହେଁ ସନ୍ତୁଷ୍ଠୀକରଣର ରାଜନୀତି । ଆମର ୧୦ ବର୍ଷର କାମକୁ ଦେଶବାସୀ ଦେଖିଛନ୍ତି । ଆଉ ଆମକୁ ଥରେ ସେବାର ସୁଯୋଗ ଦେଇଛନ୍ତି । ଦେଶ ଯେତେବେଳେ ବିକଶିତ ହୁଏ ସେତେବେଳ ଦେଶବାସୀଙ୍କ ସ୍ୱପ୍ନ ପୂରଣ ହୁଏ । ଗାଁର ସ୍ଥିତି, ଗାଁରେ ରହୁଥିବା ଲୋକଙ୍କ ଉନ୍ନତି ହୋଇଥାଏ । ଦେଶର ସହରଗୁଡିକର ମଧ୍ୟ ଉନ୍ନତି ଘଟେ । ବିକଶିତ ଭାରତ ପାଇଁ ପୂରା ନିଷ୍ଠାର ସହ କାମ କରିବୁ । ଦେଶବାସୀଙ୍କୁ ଦେିଥିବା ପ୍ରତିଶ୍ରୁତି ଅନୁସାରେ କାମ କରିବୁ । ୨୦୧୪ ପୂର୍ବରୁ ଦେସବାସୀ ଆତ୍ମବିଶ୍ୱାସ ହରାଇ ବସିଥିଲେ । ସେତେବେଳେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ହେଉଥିଲା । ଗୋଟିଏ ଟଙ୍କାରେ ୮୫ ପଇସାର ଦୁର୍ନୀତି ହେଉଥିଲା । ୧୦ ବର୍ଷରେ ମୋ ସରକାରରେ ଅନେକ ସଫଳତା ଅଛି । ଏବେ ଦେଶ ନିରାଶାରୁ ବାହାରକୁ ଆସିସାରିଛି । ଏବେ ଦେଶ ଆଶା ଓ ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି ।  କଂଗ୍ରେସ ନିଜ ଇତିହାସର ପ୍ରଥମ ଥର ପାଇଁ ଲଗାତର ୩ ଥର ୧୦୦ ଆସନ ଛୁଇଁପାରିନାହିଁ । ଏହା କଂଗ୍ରେସର ୩ୟ ସବୁଠାରୁ ଖରାପ ପ୍ରଦର୍ଶନ । ୧୯୮୪ ନିର୍ବାଚନ ପରେ ଦେଶରେ ୧୦ଟି ଲୋକସଭା ନିର୍ବାଚନ ହୋଇଛି, କିନ୍ତୁ କୌଣସି ନିର୍ବାଚନରେ ଦଳ ୨୫୦ରୁ ଅଧିକ ଆସନ ପାଇପାରିନାହିଁ । କଂଗ୍ରେସ ପରାଜୟକୁ ସ୍ୱୀକାର କରି ଆତ୍ମମନ୍ଥନ କରିବା କଥା । କଂଗ୍ରେସ ଏପରି ଏକ ପରୀକ୍ଷାର୍ଥୀ ଯିଏକି ୫୪୩ ମାର୍କରୁ ୯୯ ମାର୍କ ପାଇ ବି ମିଠା ବାଣ୍ଟୁଛି । ଲୋକସଭା ନିର୍ବାଚନ ସହ ହୋଇଥିବା ୪ଟି ରାଜ୍ୟ ବିଧାନସଭା ନିର୍ବାଚନରେ ଏନଡିଏ ବିପୁଳ ବିଜୟ ହାସଲ କରିଛି । ମହାପ୍ରଭୁ ଜଗନ୍ନାଥଙ୍କ ଦେଶ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଛି । ଆନ୍ଧ୍ରପ୍ରଦେଶରେ ଏନଡିଏ ବିପୁଳ ବିଜୟ ହାସଲ କରିଛି । ସେ କହିଛନ୍ତି ଯେ ଦେଶର ଲୋକମାନେ ଆମ ସରକାରଙ୍କୁ ମଧ୍ୟ ଆଶୀର୍ବାଦ ଦେଇଛନ୍ତି କାରଣ ଆମ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ରହିଛି । ଆମର ଏକମାତ୍ର ଲକ୍ଷ୍ୟ ହେଉଛି ନେସନ ଫାଷ୍ଟ । ବିଶ୍ୱର ସର୍ବବୃହତ ନିର୍ବାଚନୀ ଅଭିଯାନରେ ଜନତା ଆମକୁ ନିର୍ବାଚିତ କରିଛନ୍ତି ଏବଂ ମୁଁ କିଛି ଲୋକଙ୍କ ଯନ୍ତ୍ରଣା ବୁଝିପାରୁଛି । ଲଗାତାର ମିଥ୍ୟା ପ୍ରଚାର କରିବା ସତ୍ତ୍ୱେ ସେମାନଙ୍କୁ ପ୍ରବଳ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking