16.1 C
Bhubaneswar
Thursday, February 5, 2026
Homeଓଡିଶାକୋରେଇରୁ ଜିତିଲେ, ଭୁଲିଗଲେ: ବବି

କୋରେଇରୁ ଜିତିଲେ, ଭୁଲିଗଲେ: ବବି

ଭୁବନେଶ୍ୱର: କୋରେଇର ପୂର୍ବତନ ବିଧାୟକମାନଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ବବି ଦାସ । କହିଛନ୍ତି, ୧୫ରୁ ୧୭ ବର୍ଷ ଭିତରେ କୋରେଇରେ ସମସ୍ତଙ୍କୁ ସୁଯୋଗ ମିଳିଛି । ସୁଯୋଗ ପାଇ ସାରିବା ପରେ କୋରେଇକୁ ଛାଡି ପଳାଇଛନ୍ତି । ଏହା ଏପରି ଦ୍ୱନ୍ଦ୍ୱ ସୃଷ୍ଟି କରିଛି, ଯଦ୍ୱାରା ଅବିଶ୍ୱାସର ବାତାବରଣ ବଢିଯାଇଛି । ଅବିଶ୍ୱାସର ବାତାବରଣ ଭାଙ୍ଗିବା ପାଇଁ ଆମେ ଏଭଲି ଏକାଠି ହେବୁ । ବ୍ୟାସନଗର ପୌରାଞ୍ଚଳର ଯୋଡାବର ବନ୍ଧୁମିଳନରେ ଏଭଳି କିଛି କହିଛନ୍ତି ବବି । ୧୫ରୁ ୧୭ ବର୍ଷ ଭିତରେ ପ୍ରିତି ଘଡାଇ, ଆକାଶ, ଅଶୋକ ବଳ ନିର୍ବାଚିତ ହୋଇଥିଲେ । ସୂଚନାଥାଉକି, କିଛି ସମୟ ପୂର୍ବରୁ ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନରେ ବିଜେଡି ନେତାଙ୍କ ମେଳି ହୋଇଥିଲା । ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking