ବାଲେଶ୍ୱର: ବନ୍ଦ କୋଠରୀରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବାଲେଶ୍ୱର ଜିଲ୍ଲା ପଥରପୁରା ଗାଁରେ ଅଭାବନୀୟ ଘଟଣା ଘଟିଛି । ୧୦ ଦିନ ତଳେ କନ୍ୟା ଜନ୍ମ ଦେଇଥିଲେ । ଝିଅ ଜନ୍ମ ପାଇଁ ନିଯ୍ୟାତନା ଦିଆଯାଉଥିବା ବାପା ଘର ପକ୍ଷରୁ ଅଭିଯୋଗ କରାଯାଇଛି । ସ୍ୱାମୀ ଓ ଶ୍ୱଶୁର ସମେତ ୩ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ଝିଅର ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।









