ସମ୍ବଲପୁର: ପାହାଡ଼ ଉପରେ ପଡ଼ିଛି ଯୁବକଙ୍କ ମୃତଦେହ। କ୍ଷେତରାଜପୁର ଥାନା ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରେ ରକ୍ତଭିଜା ମୃତଦେହ ଉଦ୍ଧାର। ଯୁବଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ କ୍ଷେତରାଜପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପୋଲିସ ମୃତ ଯୁବକଙ୍କ ପରିଚୟ ଖୋଜିବା ସହ କିଏ ଏବଂ କେଉଁ କାରଣରୁ ହତ୍ୟା କରିଛି ସେନେଇ ତଦନ୍ତ ଆରମ୍ଭ କରିଛି।










