ସମ୍ବଲପୁର: ଜମି ପାଇଁ ଗୋଡାଇ ଗୋଡାଇ ଜଣଙ୍କୁ ହତ୍ୟା କରାଯାଇଛି । ସମ୍ବଲପୁର ଜିଲ୍ଲା ବୁର୍ଡା ପଞ୍ଚାୟତ ବଡମାଳ ଗାଁରେ ଦିନ ଦ୍ୱିପ୍ରହରରେ ହତ୍ୟାକାଣ୍ଡ ଘଟିଛି । ଜମି ପାଇଁ ୩ ଜଣ ଗୋଡାଇ ଗୋଡାଇ ହାଣିଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ଅଟକ ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।









