25.1 C
Bhubaneswar
Friday, December 12, 2025
Homeଓଡିଶାସମ୍ପତ୍ତି ପାଇଁ ମୋ ସ୍ୱାମୀଙ୍କୁ ଜାଳିଦେଲେ  

ସମ୍ପତ୍ତି ପାଇଁ ମୋ ସ୍ୱାମୀଙ୍କୁ ଜାଳିଦେଲେ  

ଖୋର୍ଦ୍ଧା:  ବାଲିପାଟଣା ମୃତ ଯୁବକଙ୍କ ପତ୍ନୀ ବଖାଣିଲେ  ନିଯାତନାର କାହାଣୀ । କହିଲେ ସାବତ ମାଆ, ଶ୍ୱଶୁର, ଦିଅର, ଯାଆ ସମସ୍ତେ ମିଶି ମାରିଦେଲେ । ଆଉ କିଛି ଲୋକଙ୍କର ମଧ୍ୟ ଏହା ପଛରେ ଭୂମିକା ରହିଛି । ସମ୍ପତ୍ତି ପାଇଁ ଆମକୁ ପୂର୍ୱରୁ ଘରୁ ବାହାର କରି ଦେଇଥିଲେ । ଯେଉଁମାନେ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଦଣ୍ଡ ଦିଆଯାଉ । ଅନ୍ୟପଟେ ପ୍ରେସମିଟ କରି  ବାଲିପାଟଣା ଜୋନ ୪ ଏସିପି ଅଭିମନ୍ୟୁ ନାଏକ ପ୍ରେସମିଟ କରି ସୂଚନା ଦେଇଛନ୍ତି,  ଘଟଣାସ୍ଥଳରେ ସାଇଣ୍ଟିଫିସ ଟିମ ପହଞ୍ଚି ତଦନ୍ତ କରିଛି , ପ୍ରମାଣ ମିଳିବା ପରେ ବାପା , ମା , ଭାଇକୁ ଗିରଫ କରିଛୁ । ତ୍ୟା କରାଯାଇଥିବା ଭଳି ଲାଗୁଛି । ପୋଷ୍ଟମର୍ଟମ ପରେ ସ୍ପଷ୍ଟ  ହେବ ।  କୋର୍ଟ ଚାଲାଣ କରିବୁ । ଦରକାର ପଡିଲେ ୩ ଜଣଙ୍କୁ ରିମାଣ୍ଡରେ  ଆଣିବୁ ।  ମୃତ୍ୟୁ ପୂର୍ୱରୁ ବଡ ପୁଅବାପା, ସାବତ ମାଆ, ସାବତ ଭାଇଙ୍କ ନାଁ ନେଇଥିଲେ । ଜମିବାଡି ବିବାଦକୁ ନେଇ ଏଭଳି ଘଟଣା ଘଟିଛି । ସୂଚନା ଥାଉକି, ଗତକାଲି ବାଲିପାଟଣା ଅଞ୍ଚଳରେ ଯୁବକ ଜଣଙ୍କ ପେଟ୍ରୋଲ ପମ୍ପ ନିକଟରେ ନିଜ ଉପରେ ପେଟ୍ରୋଲ ଢାଳି ନିଜକୁ ଆତ୍ମାହୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking