27.1 C
Bhubaneswar
Tuesday, April 1, 2025
Homeଦେଶ ବିଦେଶପରକୀୟା ପ୍ରୀତି ପାଇଁ ଭଡାଟିଆଙ୍କୁ ଜୀବନ୍ତ ପୋତିଦେଲେ

ପରକୀୟା ପ୍ରୀତି ପାଇଁ ଭଡାଟିଆଙ୍କୁ ଜୀବନ୍ତ ପୋତିଦେଲେ

ନୂଆଦିଲ୍ଲୀ: ଦୀର୍ଘ ତିନି ମାସ ଧରି ନିଖୋଜ ହରିୟାଣାର ରୋହତକ ସ୍ଥିତ ମସ୍ତନାଥ ପ୍ରତିଷ୍ଠାନର ଜଣେ ଫିଜିଓଥେରାପିଷ୍ଟଙ୍କ ମୃତଦେହ ସ୍ଥାନୀୟ ଏକ ଗାଁରୁ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଜଗଦୀପ (୪୫) ବର୍ଷ ଓ ସେ ଝଜ୍ଜରର ମାଣ୍ଡୋଥି ଗାଁର ବାସିନ୍ଦା ବୋଲି ଜଣାପଡିଛି। ଜଗଦୀପଙ୍କର ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିଲା ଓ ତାଙ୍କ ସ୍ୱାମୀ ଏହା ଜାଣିବା ପରେ ତାଙ୍କର ଦୁଇ ବନ୍ଧୁଙ୍କ ସହ ମିଶି ଜଗଦୀପଙ୍କୁ ଅପହରଣ କରି ତାଙ୍କ ଗାଁରେ ଜୀବନ୍ତ ପୋତି ଦେଇଥିଲେ। ଏହି ମାମଲାରେ ପୋଲିସ ପାଣ୍ଟାବାସ କଲାନ ଗାଁର ଦୁଇ ଜଣଙ୍କୁ ଅଟକ ରଖିଛି। ଜଗଦୀପ ରୋହତକର ମସ୍ତନାଥ ଇନଷ୍ଟିଚ୍ୟୁଟରେ ଜଣେ ଫିଜିଓଥେରାପିଷ୍ଟ ଥିଲେ ଓ ରୋହତକର ଜନତା କଲୋନୀରେ ଜଣେ ମହିଳାଙ୍କ ଘରେ ଭଡାରେ ରହୁଥିଲେ। ସେଠାରେ ଜଣେ ବିବାହିତ ମହିଳାଙ୍କ ସହ ଭେଟ ହୋଇଥିଲେ ଓ ଦୁହିଁଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢ଼ି ଉଠିଥିଲା।

ତେବେ ଏସମସ୍ତ ବିଷୟରେ ମହିଳାଙ୍କ ସ୍ୱାମୀ ଜାଣିବା ପରେ ତାଙ୍କର ଦୁଇ ବନ୍ଧୁଙ୍କ ସହିତ ମିଶି ଏକ କାରରେ ପାଣ୍ଟାଭାସ କାଲାନ ଗ୍ରାମକୁ ନେଇଯାଇଥିଲେ। ତେବେ ସେହିଠାରେ ହିଁ ତାଙ୍କୁ ଜୀବନ୍ତ ପୋତି ଦେଇଥିଲେ। ତେବେ ଜଗଦୀପ ୨୪ ଡିସେମ୍ବରରେ ଶେଷ ଥର ପାଇଁ ଇନଷ୍ଟିଚ୍ୟୁଟ ଯାଇଥିଲେ। ଗୋଟିଏ ମାସ ପର୍ଯ୍ୟନ୍ତ କୌଣସି ଖୋଜଖବର ନ ମିଳିବାରୁ ତାଙ୍କ ଦାଦା ଈଶ୍ୱର ଫେବୃଆରୀ ୩ ତାରିଖରେ ଶିବାଜୀ କଲୋନି ପୋଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ କରିଥିଲେ। ପୋଲିସ ଘଟଣାସ୍ଥଳରୁ ମୋବାଇଲ ଫୋନର ଡମ୍ପ ଡାଟା ସଂଗ୍ରହ କରିବାପରେ ଅଭିଯୁକ୍ତ ମାନଙ୍କର ସନ୍ଧାନ ମିଳିପାରି ଥିଲା। ପୋଲିସ ଦୁଇ ଯୁବକଙ୍କୁ ହେପାଜତକୁ ନେଇ କଡ଼ା ପଚରାଉଚରା କରିବାପରେ ଦୁହେଁ ଅପରାଧ ସ୍ୱୀକାର କରିଥିଲେ। ଚରଖି ଦାଦରି ଏଏସ୍ପି ଶଶି ଶେଖରଙ୍କ ନେତୃତ୍ୱରେ ଓ ଦାଦ୍ରି ସଦର ପୋଲିସ ଷ୍ଟେସନ୍ ଇନଚାର୍ଜ ଆଇପିଏସ୍ ଦିବ୍ୟାଂଶୀ ସିଙ୍ଗଲାଙ୍କ ଉପସ୍ଥିତିରେ, ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଜଗଦୀପଙ୍କୁ ୭ ଫୁଟରୁ ଅଧିକ ଗଭୀର ଗାତ ଖୋଳି ସିଧା ପୋତି ଦିଆଯାଇଥିବା ନେଇ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking