ନୂଆଦିଲ୍ଲୀ: ଆଜିକାଲି ହୃଦଘାତ କାରଣରୁ ଅନେକ ଯୁବପିଢି , ସେଲିବ୍ରିଟି, ନୃତ୍ୟଶିଳ୍ପୀଙ୍କ ଜୀବନ ଚାଲିଯାଉଛି । ଗତ କିଛି ଦିନ ତଳେ ବଲିଉଡର କାଣ୍ଟା ଲଲଗା ଗାର୍ଲ ଶେଫାଲୀ ଜରିୱାଲାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । କୌଣସି ସୂତ୍ରରୁ ଜଣାଡିଛି ଯେ , ସେ ସୁନ୍ଦର ଏବଂ ଯୌବନ ଦେଖାଯିବା ପାଇଁ ଔଷଧ ଖାଉଥିଲେ । ସେ କିଛି ମାସ ହେବ ଅନ୍ୟ କୌଣସି ରୋଗରେ ପୀଡିତ ଥିଲେ । ତାଙ୍କର ଚିକିତ୍ସା କରାଯାଉଥିଲା ହେଲେ ଜୁନ ୨୭ ଶନିବାର ଦିନ ଶେଫାଲୀଙ୍କ ଶରୀରରେ କିଛି ସମସ୍ୟା ଦେଖାଯିବାରୁ ତାଙ୍କ ସ୍ୱାମୀ ମୁମ୍ବାଇର ବେଲଭ୍ୟୁ ମଲ୍ଟିସ୍ପେଶାଲିସ୍ଟ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି ସିଦ୍ଧାର୍ଥ ଶୁକ୍ଳା ବିଗବସ ୧୩ର ବିଜେତା । ଟେଲି ଅଭିନେତା । ଯିଏକି ବିଭିନ୍ନ ଧାରାବାହିକରେ କାମ କରି ପ୍ରଶଂସକଙ୍କ ମନ ଜିଣିଥିଲେ । ସୂତ୍ରରୁ ଜଣାପଡିଛି ଯେ ସିଦ୍ଧାର୍ଥ ଶୋଇବାକୁ ଗଲାବେଳେ ତାଙ୍କ ଶରୀରରେ କିଛି ଅସହଜ ଅନୁଭବ କରିଥିଲେ । ସକାଳେ ତାଙ୍କର ହଠାତ ହୃଦଘାତ ଜନିତ ସମସ୍ୟାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୀପେଶ ଭାନ ଯିଏକି ଭାବିଜୀ ଘର ପର ହେଁ ମେଗା ଧାରାବାହିକରେ କାମ କରୁଥିଲେ । ୨୦୨୨ ମସିହାରେ ତାଙ୍କ ଏହି ସମାନ କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ତାଙ୍କର ମୃତ୍ୟୁ ଖବର ଟେଲି ଜଗତରେ ଶୋକର ଛାୟା ଖେଳାଇଦେଇଛି ।
କସୌଟି ଜିନ୍ଦେଗୀ ଏବଂ ଉତ୍ତରନ ଭଳି ଧାରାବାହିକରେ ବିକାଶ ସେଟ୍ଟୀ ଭଲ ଅଭିନୟ କରି ଲୋକଙ୍କ ପାଖରେ ପହଞ୍ଚିଥିଲେ । ଅଭିନେତା ବିକାଶଙ୍କର ସେପ୍ଟେମ୍ବର ୮ ୨୦୨୪ରେ ଶୋଇଥିବା ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଏଭଳି ଅକାଳରେ ମୃତ୍ୟୁ ଏକ ବଡ ସମସ୍ୟା ପାଲଟିଛି ।
କେବଳ ବଲିଉଡ ତାରକା ନୁହଁନ୍ତି, କନ୍ନଡ ଚଳଚ୍ଚିତ୍ରର ଅଭିନେତା ଏବଂ ସମାଜ ସେବୀ ପୁନୀତ ରାଜକୁମାର ୨୯ ଅକ୍ଟୋବର ୨୦୨୧ରେ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଉ ଜଣେ ଅଭିନେତା ଚିରଞ୍ଜିବୀ ସରଜା ଜୁନ ୭ ୨୦୨୦ରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏତେ କମ ବୟସରେ ଅଭିନେତାମାନଙ୍କ ମୃତ୍ୟୁ ହେବା ନେଇ ଯୁବପିଢିଙ୍କୁ ଚକିତ କରୁଛି ।